ଚୋରା ଚାଲାଣ ଗୋରୁ ଓ ଗାଡି ଉଦ୍ଧାର, ମାଫିଆ ମାରିଲେ ଚମ୍ପଟ
ଘଟଗାଁ, ୪ସେପ୍ଟେମ୍ବର(ହି. ସ ) - ରାଜ୍ୟରେ ଧିରେ ଧିରେ ଗୋରୁ ଚାଲାଣ ଥମିବାରେ ନାଁ ଧରୁ ନାହିଁ। ପ୍ରତେକ ଦିନ ଗୋରୁ ଚୋରା ଚାଲାଣ ଟ୍ରିପ ଟ୍ରିପ ବୃଦ୍ଧି ପାଉଛି କିନ୍ତୁ ଥମିବାର ନାଁ ଧରୁ ନାହିଁ।ଆଜି ଭୋର ସକାଳୁ ଗୋରୁ ମାଫିଆ ମାନେ ଜେ.ଏଚ ୦୫ ଭି ୩୬୬୭ ଏକ ବୋଲେର ଗାଡି ଯୋଗେ ଗୋରୁ ଗୁଡିକକୁ ନେଇ ଯାଉଥିବ
ଚୋରା ଚାଲାଣ ଗୋରୁ ଓ ଗାଡି ଉଧାର ମାଫିଆ ମାରିଲେ ଚମ୍ପଟ।


ଘଟଗାଁ, ୪ସେପ୍ଟେମ୍ବର(ହି. ସ ) - ରାଜ୍ୟରେ ଧିରେ ଧିରେ ଗୋରୁ ଚାଲାଣ ଥମିବାରେ ନାଁ ଧରୁ ନାହିଁ। ପ୍ରତେକ ଦିନ ଗୋରୁ ଚୋରା ଚାଲାଣ ଟ୍ରିପ ଟ୍ରିପ ବୃଦ୍ଧି ପାଉଛି କିନ୍ତୁ ଥମିବାର ନାଁ ଧରୁ ନାହିଁ।ଆଜି ଭୋର ସକାଳୁ ଗୋରୁ ମାଫିଆ ମାନେ ଜେ.ଏଚ ୦୫ ଭି ୩୬୬୭ ଏକ ବୋଲେର ଗାଡି ଯୋଗେ ଗୋରୁ ଗୁଡିକକୁ ନେଇ ଯାଉଥିବା ବେଳେ ବଜରଙ୍ଗ ଦଳ ଖବର ପାଇ ପିଛା କରିଥିଲେ।ବଜରଙ୍ଗ ଦଳ ପିଛା କରୁଥିବା ଖବର ପାଇ ଚାଳକ ଦ୍ରୁତ ଗତିରେ ଗାଡି ଚଳାଉଥିବା କାରଣରୁ ଭାରଶ୍ୟାମ ହରାଇ ଘଟଗାଁ ଥାନା ପାଉଛିଆ ନିକଟରେ ଗାଡି ରାସ୍ତା କଡ଼କୁ ଖସି ଯାଇଥିଲା। ଫଳରେ ଘଟଣା ସ୍ଥଳରୁ ଚାଳକ ଓ ଗୋରୁ ମାଫିଆ ଚମ୍ପଟ ମାରି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ।ସ୍ଥାନୀୟ ଲୋକେ ଓ ବଜରଙ୍ଗ ଦଳ ଗୋରୁ ଗୁଡିକକୁ ଉଧାର କରି ଚିକିତ୍ସା କରିଥିଲେ। ପରେ ଘଟଗାଁ ପୋଲିସ ପହଂଚି ଗାଡି ଟିକୁ ଏକ ଟ୍ରାକ୍ଟର ସାହାଯ୍ୟରେ ଉଧାର କରି ଅଧିକ ତଦନ୍ତ ଚଳାଇଛନ୍ତି।ଏବେ ସାଧାରଣରେ ଆଲୋଚନା ଗୋରୁ ଚୋରା ଚାଲାଣ ଖବର ବଜରଙ୍ଗ, ଗୋ - ରକ୍ଷକ ଓ ଅନ୍ୟ ଦଳ ପାଉଥିବା ବେଳେ ପୋଲିସ ପାଖରେ କେମିତି କୌଣସି ସୂଚନା ରହୁ ନାହିଁ। ନାଁ ପୋଲିସ ଜାଣିଶୁଣି ନିରବ ରହୁଛି ବୋଲି ସାଧାରଣରେ ଆଲୋଚନା ହେଉଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande