ଜିଏସଟିର ଦୁଇ ଥାକିଆ ଟିକସ ବ୍ୟବସ୍ଥାକୁ ବ୍ୟାପାର ପ୍ରକୋଷ୍ଠ ରାଜ୍ୟ ସଭାପତିଙ୍କ ସ୍ୱାଗତ
ସମ୍ବଲପୁର, ୦୪ ସେପ୍ଟେମ୍ବର (ହି.ସ.) - ଜିଏସଟିର ଦୁଇ ଥାକିଆ ଟିକସ ବ୍ୟବସ୍ଥାକୁ ବିଜେପିର ବରିଷ୍ଠ ନେତା ତଥା ବ୍ୟାପାର ପ୍ରକୋଷ୍ଠ ରାଜ୍ୟ ସଭାପତି ଗୋବିନ୍ଦ ଅଗ୍ରୱାଲ ସ୍ୱାଗତ କରିଛନ୍ତି। ଏହି ଦୁଇ ବ୍ୟବସ୍ଥା ସାଧାରଣ ବର୍ଗଙ୍କୁ ଲାଭ ଦେବ। ଏହା ଦ୍ୱାରା ସାଧାରଣ ଜନତା ,ଚାଷୀ,ଏମ ଏସ ଏମ ଲ, ମଧ୍ୟବିତ, ମହ
ଜିଏସଟିର ଦୁଇ ଥାକିଆ ଟିକସ ବ୍ୟବସ୍ଥାକୁ ବ୍ୟାପାର ପ୍ରକୋଷ୍ଠ ରାଜ୍ୟ ସଭାପତିଙ୍କ ସ୍ୱାଗତ


ସମ୍ବଲପୁର, ୦୪ ସେପ୍ଟେମ୍ବର (ହି.ସ.) - ଜିଏସଟିର ଦୁଇ ଥାକିଆ ଟିକସ ବ୍ୟବସ୍ଥାକୁ ବିଜେପିର ବରିଷ୍ଠ ନେତା ତଥା ବ୍ୟାପାର ପ୍ରକୋଷ୍ଠ ରାଜ୍ୟ ସଭାପତି ଗୋବିନ୍ଦ ଅଗ୍ରୱାଲ ସ୍ୱାଗତ କରିଛନ୍ତି।

ଏହି ଦୁଇ ବ୍ୟବସ୍ଥା ସାଧାରଣ ବର୍ଗଙ୍କୁ ଲାଭ ଦେବ। ଏହା ଦ୍ୱାରା ସାଧାରଣ ଜନତା ,ଚାଷୀ,ଏମ ଏସ ଏମ ଲ, ମଧ୍ୟବିତ, ମହିଳା ଓ ଯୁବ ପୀଢ଼ିଙ୍କୁ ସାହାଯ୍ୟ କରିବ। ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣରେ ରହି ଟିକସ ବ୍ୟବସ୍ଥା ସରଳ ଓ ସହଜ ହେବ । ଏ ନୂଆଁ ଢାଂଚା ଚାଷୀ, କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ମଧ୍ୟ ବିଶେଷ ସହାୟକ ହେବ।

ଆଗାମୀ ପିଢ଼ି ପାଇଁ ସେବା କରରେ ଏଭଳି ଐତିହାସିକ ସଂସ୍କାର ଆଣି ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଇଛନ୍ତି ଶ୍ରୀ ଅଗ୍ରୱାଲ। ଦେଶର ବ୍ୟବସାୟକୁ ଏହି ନିଷ୍ପତି ଅନେକାଂଶ ରେ ସହଜ ହେବ ବୋଲି ମଧ୍ୟ ଆଶା ବ୍ୟକ୍ତ କରିଛନ୍ତି। ବିଶେଷ କରି କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀ ଲାଭାନ୍ୱିତ ହେବେ ବୋଲି ତାଙ୍କ ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande