କେନ୍ଦୁଝର, 4 ସେପ୍ଟେମ୍ବର (ହି.ସ.)
ଶୁଆକାଟୀ ତେନ୍ତୁଳି ଠାରେ ଏକ ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ୍ କୁ ଜବତ କଲା ଶୁଆକାଟୀ ଫାଣ୍ଡି ପୋଲିସ । ଉଦ୍ଧାର ଆଠ ଗୋରୁ ମଧ୍ୟରୁ ଗୋଟିଏ ମୃତ ଥିବା ସୂଚନା ମିଳିଛି । ଗୋରୁ ଗାଡ଼ିକୁ ପୋଲିସ ପିଛା କରୁଥିବା ଜାଣି ଡ୍ରାଇଭର ଜଣକ ହଡବଡିରେ ଏକ ଟ୍ରକ ପାର୍କିଂ ଏରିଆକୁ ଗାଡ଼ିକୁ ନେଇଯାଇଥିଲା । ହେଲେ ସେ ଚକ୍ରବ୍ୟୁହ ରୁ ସେ ବାହାରି ପାରି ନଥିଲା । ଏକ କ୍ରେନ ଦ୍ଵାରା ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇ ଥିବା ବେଳେ ଡ୍ରାଇଭରକୁ ଗିରଫ କରାଯାଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA