ଦବଙ୍ଗଗିରିକୁ ନେଇ ଏସ୍‌ପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ବଦଳିଲେ ଦୁଇ ଅଧିକାରୀ
ବଲାଙ୍ଗିର, 4 ସେପ୍ଟେମ୍ବର (ହି.ସ.) ଦବଙ୍ଗଗିରିକୁ ନେଇ ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଥାନାକୁ ମାଡ଼ି ବସିଥିବା ରଶ୍ମିତା ବେହେରାଙ୍କୁ ସଇଁତଳା ଥାନା ଏବଂ ସଇଁତଳା ଥାନା ଅଧିକାରୀ ରମେଶ ଚନ୍ଦ୍ର ବଢ଼େଇଙ୍କୁ ବଲାଙ୍ଗୀର ହେଡ୍‌କ୍ୱାର୍ଟରକୁ ବଦଳି
ଦବଙ୍ଗଗିରିକୁ ନେଇ ଏସ୍‌ପିଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ବଦଳିଲେ ଦୁଇ ଅଧିକାରୀ


ବଲାଙ୍ଗିର, 4 ସେପ୍ଟେମ୍ବର (ହି.ସ.) ଦବଙ୍ଗଗିରିକୁ ନେଇ ବଲାଙ୍ଗୀର ଏସ୍‌ପି ଅଭିଳାଷ ଜୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଣ୍ଟାବାଞ୍ଜି ଥାନାକୁ ମାଡ଼ି ବସିଥିବା ରଶ୍ମିତା ବେହେରାଙ୍କୁ ସଇଁତଳା ଥାନା ଏବଂ ସଇଁତଳା ଥାନା ଅଧିକାରୀ ରମେଶ ଚନ୍ଦ୍ର ବଢ଼େଇଙ୍କୁ ବଲାଙ୍ଗୀର ହେଡ୍‌କ୍ୱାର୍ଟରକୁ ବଦଳି କରାଯାଇଛି। କଣ୍ଟାବାଞ୍ଜି ଆଇଆଇସିଙ୍କ ସ୍ବାମୀଙ୍କ ଦାଦାଗିରି ଯୋଗୁ ସେ ବିବାଦକୁ ଆସିଥିଲେ। ଠିକ୍‌ ସେହିପରି ବଡ଼ମାଳ ଫାଣ୍ଡିରେ ଫାଣ୍ଡି ଅଧିକାରୀଙ୍କୁ ମାଡ଼ ଘଟଣାକୁ ନେଇ ବଦନାମ ହୋଇଥିଲା ସଇଁତଳା ପୋଲିସ।

କଣ୍ଟାବାଞ୍ଜିଠାରେ ମଙ୍ଗଳବାର ରାତିରେ ଜଣେ ଅଜଣା ବ୍ୟକ୍ତି ନିଜକୁ ପୋଲିସ ଅଧିକାରୀ ପରିଚୟ ଦେଇ ଭୁଜା ଠେଲାରେ ଭୁଜା ଖାଉଥିବା କିଛି ଲୋକଙ୍କୁ ମାଡ ମାରିଥିବା ଓ ପୋଲିସ ଗାଡି ଡକାଇ ଥାନାକୁ ଜବରଦସ୍ତି ନେଉଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସ୍ବାମୀ ବୋଲି ଜଣାପଡିବା ପରେ କଣ୍ଟାବାଞ୍ଜିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ କଣ୍ଟାବାଞ୍ଜି ଥାନା ଘେରାଉ କରିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲେ ଆନ୍ଦୋଳନ କରାଯିବ ବୋଲି ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅଭିଯୋଗ ଆସିବା ପରେ ଆଜି ଏସ୍‌ପି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande