ଭୁବନେଶ୍ୱର, ୪ ସେପ୍ଟେମ୍ବର (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତ୍ୟଧିକ ଭୀଷଣ ବର୍ଷା ହୋଇଥିବା ବେଳେ ୧୦ ସ୍ଥାନରେ ଅତି ଭୀଷଣ ଏବଂ ୨୮ଟି ସ୍ଥାନରେ ଭୀଷଣ ବର୍ଷା ହୋଇଛି । ଝାରସୁଗୁଡ଼ା ଜିଲ୍ଲାର ଲଇକେରାରେ ସର୍ବାଧିକ ୨୧୨.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି ।
ସେହିପରି ଯାଜପୁର ଜିଲ୍ଲାର ସୁକିନ୍ଦାରେ ୧୮୪.୩ ମି.ମି., ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୧୭୦.୩ ମି.ମି., କୋଲାବିରାରେ ୧୬୩.୦ ମି.ମି., ଯାଜପୁର ଜିଲ୍ଲାର ଦାନଗଦିରେ ୧୫୮.୦ ମି.ମି., ଚଣ୍ଡିଖୋଲରେ ୧୪୭.୦ ମି.ମି., ଦେବଗଡ଼ ଜିଲ୍ଲାର ଦେବଗଡ଼ରେ ୧୪୫.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଖନପୁରରେ ୧୪୩.୨ ମି.ମି., କେନ୍ଦୁଝର ଜିଲ୍ଲାର ଦୈତାରୀରେ ୧୩୧.୮ ମି.ମି., ଯାଜପୁର ଜିଲ୍ଲାର ଯାଜପୁରରେ ୧୨୧.୦ ମି.ମି., ଯାଜପୁର ଜିଲ୍ଲାର ଯାଜପୁର(ପିଟିଓ)ରେ ୧୨୧.୦ ମି.ମି., ବାଲେଶ୍ୱରର ଏନଏଚ-୫, ଗୋବିନ୍ଦପୁରରେ ୧୧୫.୦ ମି.ମି. ଏବଂ ସମ୍ବଲପୁର ଜିଲ୍ଲାର କୁଚିଣ୍ଡାରେ ୧୧୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ