ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ସମବାୟ ବିଭାଗ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ସମବାୟ ବର୍ଷ ପାଳିତ ହୋଇଯାଇଛି । ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସମବାୟ ଉପ ନିବନ୍ଧକ ଥିଓଫିଲ୍ ଶବର ଅଧ୍ୟକ୍ଷତା କରିଥିବାବେଳେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କେସିସି ବ୍ୟାଙ୍କ ଏଜିଏମ୍ ହରିଶ୍ ଚନ୍ଦ୍ର ବାନାଗାଦୀ, ଉପ ସହକାରୀ ନିବନ୍ଧକ ଚନ୍ଦ୍ର ସେଠୀଆ, କେସିସି ନିର୍ଦ୍ଦେଶକ ନୃସିଂହ ଚରଣ ମହାନ୍ତି, ଗୋପୀ ପାଙ୍ଗୀ,ଏଆରସିଏସ୍ ସଞ୍ଜୟ କୁମାର ଦାସ,ଡି. ଭେଙ୍କଟ ରାଓ, କାହ୍ନୁଚରଣ ଗୈାଡ ଓ ଟଙ୍କଧର ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ଅତିଥି ମାନେ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ସହିତ, ଚାଷୀ ମାନଙ୍କୁ ଧାନ ଚାଷ ସହିତ ବିକଳ୍ପ ଫସଲ ଚାଷ ନିମନ୍ତେ ପ୍ରବର୍ତ୍ତାଇ ଥିଲେ ତତ୍ ସହିତ ପ୍ରୋଜେକ୍ଟର ମାଧ୍ୟମରେ ବିଭିନ୍ନ ଚାଷ ଓ ସମବାୟ ସମିତି ର କାର୍ଯ୍ୟଧାରା ବିଷୟରେ ଭିଡିଓ ମାଧ୍ୟମରେ ପ୍ରଦର୍ଶିତ କରାଇଥିଲେ । ଅନ୍ୟାନ୍ୟ ବିଷୟରେ ଆଲେଚନା ସହ ସମବାୟ ସମିତି ସଭ୍ୟମାନେ ବର୍ତ୍ତମାନ ଜିଲ୍ଲାରେ ୟୁରିଆ ସାରର କୃତ୍ରିମ ଅଭାବି ବିକ୍ରୀ ବିଷୟରେ ଉଦବେଗ ପ୍ରକାଶ କରିଥିଲେ ଓ ଏହାପରେ ଡିଆରସିଏସ୍ ଶ୍ରୀ ଶବର ସମସ୍ତଙ୍କୁ ଆଶ୍ୱ।ସନା ଦେଇ କହିଥିଲେ ଯେ ବିଭାଗ ଏହାକୁ ଗୁରୁତର ସହିତ ବିଚାରକୁ ନେଇଛି ଓ ଆଗାମୀ ଦିନରେ ସାର ବିକ୍ରିର ସୁବ୍ୟବସ୍ଥିତ ଯୋଗାଣ ପାଇଁ ପ୍ରୟାସ ଚାଲିଛି ବୋଲି କହିଥିଲେ ।
ଆଜିର ଏହି ଅବସରରେ ଜିଲ୍ଲାର ସମସ୍ତ କେସିସି ବ୍ୟାଙ୍କ ଗୁଡିକର ଶାଖା ପରିଚାଳକ, ସମସ୍ତ ଲ୍ୟାମ୍ପ ସଭାପତି , ସମସ୍ତ ଲ୍ୟାମ୍ପ ପରିଚାଳନା ନିର୍ଦ୍ଦେଶକ ଓ ପରିଚାଳନା ପରିଷଦର ସଭ୍ୟ ମାନେ ଉପସ୍ଥିତ ରହି ସମବାୟ ସମୂହର ଉନ୍ନତି ଦିଗରେ ନିଜ ନିଜର ଅଭିମତ ରଖିଥିଲେ । ବୈଠକ ଶେଷରେ ସହକାରୀ ଉପ ନିବନ୍ଧକ ଶ୍ରୀ ସେଠୀଆ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ