କେନ୍ଦୁଝର, 4 ସେପ୍ଟେମ୍ବର (ହି.ସ.)
ଆଜି କେନ୍ଦୁଝର ଜିଲ୍ଲାରେ ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ୍.ଓ.ୟୁ ରଦ୍ଦ କରିବା ଦାବିକୁ ନେଇ ଆନ୍ଦୋଳନକୁ ସମର୍ଥନ ଜଣାଇଛି କଂଗ୍ରେସ। ଯେଉଁ କମ୍ପାନୀ ଦିନେ ଶିଳ୍ପ ପ୍ରତିଷ୍ଠା କରିବାକୁ କହି ରାଜ୍ୟ ଛାଡି ପଳାଇଥିଲା ତାକୁ ପୁଣି ବିଜେପି ଶାସନରେ ମୂଖ୍ୟମନ୍ତ୍ରୀ ମୋହନ ମାଝୀ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରିବାକୁ ଏମଓଉ କରି ଜିଲ୍ଲାକୁ ଡକାଇଛନ୍ତି। ଯେଉଁଠି ପୂର୍ବେ କମ୍ପାନୀ ପ୍ରତିଷ୍ଠା ନେଇ ବିରୋଧ ହେଉଥିଲା ସେଠାରେ ଜବରଦସ୍ତି କରାଇବା ନେଇ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ହୋଇଥିବା ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା। ବିଜେପି ମେନିଫେଷ୍ଟକୁ ରକ୍ଷାକରି ଏହା ଜିଲ୍ଲାବାସୀଙ୍କୁ ଲଲିପପ୍ ମୋହନ ସରକାର ଦେଉଥିବା ଅଭିଯୋଗ କରିଛନ୍ତି ଜୟଦେବ ଜେନା। ଏନେଇ କଂଗେସ ଲୋକଙ୍କ ସହ ରହିଛି ପ୍ରକାଶ କରିଥଲେ ଜୟଦେବ ଜେନା।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA