ଜିନ୍ଦଲ ଓ ପୋସ୍କୋ ସହ କରାଯାଇଥିବା ଏମ.ଓ.ୟୁ ରଦ୍ଦ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ ଏବଂ ସରକାରୀ ଉଦ୍ୟୋଗରେ ଖଣି ଭିଭିକ ଶିଳ୍ପ ପ୍ରତିଷ୍ଠା ଦାବିରେ ଜିନ୍ଦଲ-ପୋସ୍କ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ଗଣବିକ୍ଷୋଭ
କେନ୍ଦୁଝର, 4 ସେପ୍ଟେମ୍ବର (ହି.ସ.) ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ୍.ଓ.ୟୁ ରଦ୍ଦ କରିବା ଦାବିରେ ଆଜି ଗୁରୁବାର ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ ଓ ଅଲ‌୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ( ଏ.ଆଇ.କେ.କେ.ଏମ୍.ଏସ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ହୋ
ଜିନ୍ଦଲ ଓ ପୋସ୍କୋ ସହ କରାଯାଇଥିବା ଏମ.ଓ.ୟୁ ରଦ୍ଦ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ବନ୍ଦ ଏବଂ ସରକାରୀ ଉଦ୍ୟୋଗରେ ଖଣି ଭିଭିକ ଶିଳ୍ପ ପ୍ରତିଷ୍ଠା ଦାବିରେ ଜିନ୍ଦଲ-ପୋସ୍କ ପ୍ରତିରୋଧ ମଞ୍ଚ ପକ୍ଷରୁ ବିଶାଳ ଗଣବିକ୍ଷୋଭ


କେନ୍ଦୁଝର, 4 ସେପ୍ଟେମ୍ବର (ହି.ସ.)

ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ୍.ଓ.ୟୁ ରଦ୍ଦ କରିବା ଦାବିରେ ଆଜି ଗୁରୁବାର ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ ଓ ଅଲ‌୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ( ଏ.ଆଇ.କେ.କେ.ଏମ୍.ଏସ୍) ପକ୍ଷରୁ କେନ୍ଦୁଝର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିଶାଳ ବିକ୍ଷୋଭ ହୋଇଯାଇଛି । ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚ ନେତୃତ୍ୱରେ ହଜାର ହଜାର ଚାଷୀ, ମହିଳା, ଛାତ୍ର ଓ ଯୁବକ କେନ୍ଦୁଝରସ୍ଥ କରଞ୍ଜିଆ ବସଷ୍ଟାଣ୍ଡ ଠାରୁ ହାତରେ ପ୍ଲାକାର୍ଡ ଧରି ଜିନ୍ଦଲ ପୋସ୍କୋ ହଟାଅ ଭିଟାମାଟି ବଞ୍ଚାଅ, ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠା ତିଷ୍ଠା ବନ୍ଦ କର ଆଦି ସ୍ଲୋଗାନ ଦେଇ ଜିଲ୍ଲାପାଳ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିକ୍ଷୋଭ ସ୍ଥଳରେ ଜିନ୍ଦଲ ପୋସ୍କୋ ପ୍ରତିରୋଧ ମଞ୍ଚର ସଭାପତି କମ୍ରେଡ ଘନଶ୍ୟାମ ମହାନ୍ତଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ଏସ୍.ୟୁ.ସି.ଆଇ( କମ୍ୟୁନିଷ୍ଟ)ର ପୂର୍ବତନ ବିଧାୟକ କମ୍ରେଡ ଶମ୍ଭୁନାଥ ନଏକ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଚାଷ ଜମିରେ ଶିଳ୍ପ ପ୍ରତିଷ୍ଠାକୁ ଦୃଢ଼ଭାବେ ବିରୋଧ ପ୍ରକଟ କରିଥିଲେ । ଏଥିସହିତ ଡବଲ ଇଞ୍ଜିନ ବିଜେପି ସରକାରଙ୍କ କର୍ପୋରେଟପ୍ରୀତି ନୀତି ବିରୁଦ୍ଧରେ ତିବ୍ର ସମାଲୋଚନା କରିବା ସହ ଆଗାମି ଦିନରେ ବିଜେପି ସରକାରଙ୍କ ଶ୍ରମିକ ଓ ଚାଷୀ ମାରଣ ନୀତି ବିରୁଦ୍ଧରେ ଦିର୍ଘସ୍ଥାୟୀ । ଗଣ ଆନ୍ଦୋଳନ ଗଢ଼ିତୋଳିବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରିଥିଲେ । ଏହି ବିକ୍ଷୋଭ ସମାବେଶରେ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନର ରାଜ୍ୟ ସଂପାଦକ ତଥା ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଉପଦେଷ୍ଟା କମ୍ରେଡ ରଘୁନାଥ ଦ । ଦାସ ଯୋଗ ଦେଇ ତାଙ୍କ ଭାଷଣ ପ୍ରସଙ୍ଗରେ ସ୍ପଷ୍ଟ ଭାବେ କ‌ହିଛନ୍ତି ଯେ ବେକାରୀ ସମସ୍ୟା ସମାଧାନ ପାଇଁ ନିଯୁକ୍ତି ଭିଭିକ ଶିଳ୍ପ କଳ ଳକାରଖାନା ସରକାରୀ ଉଦ୍ୟୋଗରେ କରାଯିବା ଆବଶ୍ୟକ । ଏଥିପାଇଁ କେନ୍ଦୁଝର ଜିଲ୍ଲାରେ ସରକାରଙ୍କ ହାତରେ ୩ କାରୁ ଅଧିକ ଏକର ଜମି ବାଂଶପାଳ ବ୍ଲକର ତରମାକାନ୍ତ ଠାରେ ଅଛି । ଏହାଛଡା ଲୁହାପଥର ଖଣି ସଂଲଗ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ସରକାରୀ ଜମି ରହିଛି । ସରକାର ସେଠାରେ କଳକାରଖାନା ନକରି ହଜାର ହଜାର ଲୋକଙ୍କୁ ବିସ୍ତାପିତ କରି ଉର୍ବର ଚାଷ ଜମିକୁ ବଳପୂର୍ବକ ଅଧିଗ୍ରହଣ କରି କମ୍ପାନୀମାନଙ୍କୁ ଟେକିଦେବା ପାଇଁ କାହିଁକି ଯୋଜନା କରୁଛନ୍ତି ବୋଲି କମ୍ରେଡ ଦାସ ପ୍ରଶ୍ନ ଉଠାଇଛନ୍ତି ? ଏହାଦ୍ଵାରା ଡବଲ ଇଞ୍ଜିନ ବିଜେପି ସରକରଙ୍କ କମ୍ପାନୀପ୍ରୀତିର ପ୍ରକୃତ ଚେହେରା ଯେ ପ୍ରକାଶ ପାଉଛି, ତାହା ସ୍ପଷ୍ଟ ହେଉଛି । ସୁତରାଂ ଚାଷ ଜମି ଅଧୁଗ୍ରହଣ ବନ୍ଦ କରିବା ସହ ଜିନ୍ଦଲ ଓ ପୋସ୍କୋ ସହ ହୋଇଥିବା ଏମ୍.ଓ.ୟୁ କୁ ତୁରନ୍ତ ରଦ୍ଦ କରିବା ସଙ୍ଗେ ସଙ୍ଗେ ସରକାରୀ ଉଦ୍ୟୋଗରେ ଶ୍ରମ ଭିଭିକ ଓ ଖଣି ସଂଲଗ୍ନ ଅଞ୍ଚଳରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ପାଇଁ କମ୍ରେଡ ଦାସ ଗୁରୁତ୍ୱାରୋପ କରିଛନ୍ତି । ଏହି ବିକ୍ଷୋଭ ସଭାରେ ଜିନ୍ଦଲ-ପୋସ୍କ ପ୍ରତିରୋଧ ମଞ୍ଚର ସମ୍ପାଦକ କମ୍ରେଡ ବେଣୁଧର ସର୍ଦ୍ଦାର, ଉପସଭାପତି ଶ୍ରୀଯୁକ୍ତ ସ୍ବରୋଜ କୁମାର ସିଂହ, ପ୍ରକାଶ ମଲ୍ଲିକ, ରବିନ୍ଦ୍ର କୁମାର ମହାନ୍ତ ସେମାନଙ୍କ ବକ୍ତବ୍ୟରେ ରକ୍ତ ଦେବୁପଛେ ଭିଟ୍ଟାମାଟି ଛାଡିବୁ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଇନ୍ଦ୍ରମଣି ମହାନ୍ତ, ନିର୍ମଳା ନାଏକ, ଶତ୍ରୁଘ୍ନ ନାଏକ, ତ୍ରିଲୋଚନ ମହାନ୍ତ, ଲାଲମୋହନ ନାଏକ, ଲୋକନାଥ ପାତ୍ର, ଭୁବନାନନ୍ଦ ସର୍ଦ୍ଦାର, ବେଣୁଧର ନହରା, ମନରଞ୍ଜନ ମହାନ୍ତ, ରଘୁନାଥ ନାଏକ, ନେତ୍ରାନନ୍ଦ ନାଏକ, ଇଶ୍ୱର ଚନ୍ଦ୍ର ମହାନ୍ତ, ଗଣେଶ୍ୱର ନାଏକ, ଲକ୍ଷ୍ମୀପ୍ରିୟା ମହାନ୍ତ, ରାମଚନ୍ଦ୍ର ମହାନ୍ତ, ଚନ୍ଦ୍ରଭାନୁ ମହାନ୍ତ, କୌଳାସ ଚନ୍ଦ୍ର ମହାନ୍ତ, ବିମ୍ବାଧର ମହାନ୍ତ ଓ ମଙ୍ଗୁଳି ନାଏକ ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ କୌଣସି ପରିସ୍ଥିତିରେ ଭିଟାମାଟି ଓ ଚାଷଜମି ଛାଡିବୁ ନାହିଁ ଓ ଆବଶ୍ୟକ ହେଲେ ନିଜର ଜୀବନ ବିସର୍ଜନ କରିବାକୁ ପଛଘୁଞ୍ଚା ଦେବୁନାହୁଁ ବୋଲି ବଜ୍ର ସପଥ ନେଇଥିଲେ । କମ୍ରେଡ ପ୍ରକାଶ ମଲ୍ଲିକଙ୍କ ନେତୃତ୍ୱରେ, ବେଣୁଧର ସର୍ଦ୍ଦାର, ସରୋଜ କୁମାର ସିଂହ, ଭାଗବତ ମହାନ୍ତ ଆଇନଜିବୀ ବିଷ୍ଣୁଶର୍ମା ସାହୁଙ୍କୁ ନେଇ ଗଠିତ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଲିଖୁତ ୩ ଦଫା ଦାବି ସମ୍ବଳିତ ଏକ ସ୍ମାରକପତ୍ର ସହିତ ୧୮ ଟି ଗ୍ରାମର କ୍ଷତିଗ୍ରସ୍ତ ଗ୍ରାମବାସୀମାନଙ୍କ ଦସ୍ତଖତ ପ୍ରଦାନ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande