ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବାସହରା ହେଲେ ପୁରା ପରିବାର। ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ
ଘଟଗାଁ, ୪ ସେପ୍ଟେମ୍ବର(ହି.ସ) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଯୁଙ୍ଗା ଗ୍ରାମ ପଂଚାୟତ ଅଧୀନରେ ଥିବାକାଳୀ ମାଟି ଗ୍ରାମର ସସ୍ମିତା ନାଏକ (୩୫)ଙ୍କ ଲଗାଣ ବର୍ଷା ହେବାରୁ ମାଟି ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ବର୍ତମାନ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ ବାସହରା ହୋଇଛନ୍ତି ପୂରା ପରିବାର। ତୁର
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବାସହରା ହେଲେ ପୁରା ପରିବାର। ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ।


ଘଟଗାଁ, ୪ ସେପ୍ଟେମ୍ବର(ହି.ସ) - କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଯୁଙ୍ଗା ଗ୍ରାମ ପଂଚାୟତ ଅଧୀନରେ ଥିବାକାଳୀ ମାଟି ଗ୍ରାମର ସସ୍ମିତା ନାଏକ (୩୫)ଙ୍କ ଲଗାଣ ବର୍ଷା ହେବାରୁ ମାଟି ଘରଟି ସମ୍ପୂର୍ଣ ଭାଙ୍ଗି ଯାଇଛି। ବର୍ତମାନ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ ବାସହରା ହୋଇଛନ୍ତି ପୂରା ପରିବାର। ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ପ୍ରଶାସନକୁ ଦାବୀ ଜଣାଉଛନ୍ତି ଗ୍ରାମ ବାସୀ। ପରିବାର କହିଲେ ସ୍ୱାମୀ ସ୍ତ୍ରୀ ଗୋଟିଏ ପୁଅ ଝିଅ।ପୁଅ ସନ୍ଦୀପ ନାଏକ ( ୧୨) ୭ମ ଶ୍ରେଣୀରେ ପଢେ ଗୋଟିଏ ଝିଅ ଆଶା ନାଏକ( ୧୦) ୫ ମ ଶ୍ରେଣୀରେ ପଢେ ଏବଂ ବୃଦ୍ଧ ମାଆ ବାପା ୬ ପ୍ରାଣୀ କୁଟୁମ୍ବ। ଏହି ୬ ପ୍ରାଣୀ ଅତି ଦୟନିୟ ଅବସ୍ଥାରେ ଦିନ ମଜୁରୀ କରି ଝାଟି ମାଟି କୁଡ଼ିଆରେ ବହୁ କଷ୍ଟରେ ଦିନ ଅତିବାହିତ କରୁଥିଲେ। ଦୁଃଖର ବିଷୟ ଯେ ବର୍ତମାନ ଆଶ୍ରୟ ନେବାକୁ ସେ ନିରୁପାୟ ଅନ୍ୟ କୌଣସି ବିକଳ୍ପ ରାସ୍ତା କିଛି ନାହିଁ। ସେ ଦିନ ମଜୁରିଆ ହୋଇଥିବାରୁ ପରିବାର ପ୍ରତି ପୋଷଣ କରିବା ପାଇଁ ସମର୍ଥ ନଥିବା ବେଳେ ଭଙ୍ଗା ଘରକୁ ସଜାଡିବାକୁ ମଧ୍ୟ ସକ୍ଷମ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଘର ଖଣ୍ଡେ ପାଇଁ ଗ୍ରାମ ପଂଚାୟତ ଠାରୁ ବ୍ଲକ କାର୍ଯ୍ୟାଳୟ ପଯ୍ୟନ୍ତ ଦୌଡ଼ି ଦୌଡ଼ି ନଈ ନୟାନ୍ତ ହୋଇଥିଲେ ସୁଧା ତାଙ୍କ ଲାଗି ଆବାସ ଘର ସାତସପନ ବୋଲି ଅତି କହୁଲା କଣ୍ଠ ରେ କହିଛନ୍ତି।ତେଣୁ ତାଙ୍କୁ ତୁରନ୍ତ ବ୍ଲକ ପ୍ରଶାସନ ତଥା ଜିଲ୍ଲା ପ୍ରଶାସନ କ୍ଷତି ପୂରଣ ଯୋଗାଇ ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଘର ଦେବା ପାଇଁ ଗ୍ରାମ ବାସୀ ଦାବୀ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande