ମା ପାଇଁ ଗଛଟିର ଶୁଭରାମ୍ଭ କଲେ ବିଧାୟକ
ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଥା ସବୁଜ ମାଲକାନଗିରି ଗଠନ ପାଇଁ ତଥା ଭାରତ ସରକାରଙ୍କର ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରହିଛି (ଏକ ପେଡ଼ ମାଁ କେ ନାମ) ଜିଲ୍ଲାର ପ୍ରତ୍ୟେକ ଗାଁକୁ ଚାରା ପହଂଚେଇବା ପାଇଁ ରଥ ଆଜି ଠାରୁ ଗଢ଼ିଛି। ଏନେଇ ଆଜି ମାଲକାନଗିରି
ମାଲକାନଗିରି


ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.) - ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ତଥା ସବୁଜ ମାଲକାନଗିରି ଗଠନ ପାଇଁ ତଥା ଭାରତ ସରକାରଙ୍କର ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ ରହିଛି (ଏକ ପେଡ଼ ମାଁ କେ ନାମ) ଜିଲ୍ଲାର ପ୍ରତ୍ୟେକ ଗାଁକୁ ଚାରା ପହଂଚେଇବା ପାଇଁ ରଥ ଆଜି ଠାରୁ ଗଢ଼ିଛି। ଏନେଇ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମ ଦିନ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ମାଡ଼କାମି । ତେଣୁ ଆସନ୍ତା ୧୦ତାରିଖ ସୁଧା ଜିଲ୍ଲାର ମୋଟ ୧୧୧ ଟି ପଂଚାୟତର ସମସ୍ତ କୋଣ ଅନୁକୋଣରେ ଥିବା ଗାଁ ବିଏସଏଫ କ୍ୟାମ୍ପ, ସହର ଠାରୁ ଗ୍ରାମାଂଚଳ ପର୍ଯ୍ୟନ୍ତ ବୃକ୍ଷ ପହଂଚାଇବ ଜିଲ୍ଲା ପ୍ରଶାସନ। ମୋଟ ୨ଲକ୍ଷରୁ ଉର୍ଦ୍ଧ୍ୱ ବୃକ୍ଷ ଆସନ୍ତା ୧୭ ତାରିଖ ଅର୍ଥାତ ଗୋଟିଏ ଦିନରେ ଲଗାଇବାକୁ ଧାର୍ଯ୍ୟ କରାଯାଇଥିବା କହିଛନ୍ତି ଉଭୟ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ମାଲକାନଗିରି ଡିଏଫଓ ଡିଏନ କିରଣ କୁମାର। ରଥ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୁଶ୍ରୀ ଅଶ୍ୱନୀ ଏ.ଲ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ, ଏସିଏଫଓ ସମେତ ମାଲକାନଗିରି ବନ ବିଭାଗର ସମସ୍ତ ଅଧିକାରୀ କର୍ମଚାରୀ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande