ଜୟପୁର, ୪ ସେପ୍େଟମ୍ବର (ହି.ସ.) - ରାଜ୍ୟରେ ମହିଳା ମାନଙ୍କୁ ଉପରେ ଅତ୍ୟାଚାର ବୃଦ୍ଧି ପାଉଥିବା ବେଳେ ବର୍ତମାନ ପୁଣି ଜୟପୁର ସଦରଥାନା ଅଂଚଳର ଜଣେ ୨୩ ବର୍ଷିୟା ବିବାହିତଙ୍କୁ ଦୁଇ ଅଭିଯୁକ୍ତ ରାସ୍ତାରୁ ବାଇକ ଯୋଗେ ଉଠାଇନେଇ ଦୁଷ୍କର୍ମ କରିଥିଲେ ଏବଂ ଅଚେତ ଅବସ୍ଥାରେ ବାଉଁଶ ଜଙ୍ଗଲ ନିକଟରେ ଛାଡି ଚାଲିଯାଇଥିବା ନେଇ ପୀଡିତ ଆଜି ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମହିଳାଙ୍କ ଅଭିଯୋଗକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛନ୍ତି । ପୀଡିତା ମହିଳାଙ୍କ ଅଭିଯୋଗ ଅନୁଯାୟୀ ଗତ କାଲି ଅପରାହ୍ନ ୪ ଗ୍ରାମକୁ ପୀଡିତା ଏକାକୀ ତାଙ୍କ ଝିଅ ପାଇଁ ଔଷଧ ଆଣିବାକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ଦୁଇଜଣ ଅଜଣା ଯୁବକ ତାଙ୍କୁ ଜୋରଜବରଦସ୍ତ ବାଇକରେ ବସାଇ ପ୍ରାୟ ୨ କିଲୋମିଟରେ ନେଇ ଏକ ବାଉଁଶ ବଣ ନିକଟରେ ମିଳିତ ଭାବେ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହିପରି ପୀଡିତା ଅଚେତ ହୋଇଯିବା ପରେ ଉଭୟ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହିପରି ପୀଡିତା ଚେତା ଫେରିବା ପରେ କୌଣସି ପ୍ରକାର ନିଜ ଗ୍ରାମରେ ପହଂଚି ତାଙ୍କ ବାପା ଏବଂ ଗ୍ରାମର ୱାର୍ଡ ମେମ୍ବରକୁ ଜଣାଇଥିଲେ । ଆଜି ଶେଷରେ ମହିଳା ଥାନାର ଦ୍ୱାରସ୍ଥ ହୋଇ ଦୁଇ ଅଚିହ୍ନା ଯୁବକଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଏହିପରି ଉଭୟ ଧନପୁର ଗ୍ରାମ ବାସିନ୍ଦା ବୋଲି ତାଙ୍କର ସନ୍ଦେହ ହେଉଛି ବୋଲି ଉଲ୍ଲେଖ କରିଛନ୍ତି । ଏଥିନେଇ ମହିଳାଥାନା ଅଧିକାରୀ ଆଶ୍ରିତା ଖାଲ୍କୋ କହଛିନ୍ତି ଯେ, ପୁଲିସ ପକ୍ଷରୁ ଅଭିଯୋଗ ଗ୍ରହଣ କରିବା ସହ ତୁରନ୍ତ ତାଙ୍କୁ ନେଇ ଦୁଷ୍କର୍ମ ହୋଇଥିବା ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ ଶୁକ୍ରବାର ଡାକ୍ତର ମାଇନା ଏବଂ ଅନ୍ୟାନ୍ୟ ଯାଂଚ କରାଯାଇ ଘଟଣାର ସତ୍ୟାସତ୍ୟକୁ ନେଇ ମାମଲା ରୁଜୁ କରାଯିବ ଏବଂ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ।
ହିନ୍ଦୁସ୍ଥାନ ସମାଚାର / ପିକେପି