ରାହାସ ପଡ଼ିଆ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ ନୀତି
କେନ୍ଦୁଝର, ୪ ସେପ୍ଟେମ୍ବର (ହି.ସ.) - କେନ୍ଦୁଝରରେ ଜମିଲାଣି ପାର୍ବଣର ମାହୋଲ । ମାଆ ଦୁର୍ଗାଙ୍କ ସ୍ୱାଗତ ଆବାହନୀ ପାଇଁ ପ୍ରସ୍ତୁତ ହେଲାଣି ଜିଲ୍ଲା । ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଜିଲ୍ଲାର ଅନ୍ୟତମ ପୁରାତନ ରାହାସ ପଡ଼ିଆ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ ନୀତି ପବିତ୍ର ବାମନ ଜନ୍ମ ଓ ସୁନିଆଁ ଦିନ
ରାହାସ ପଡ଼ିଆ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ ନୀତି


କେନ୍ଦୁଝର, ୪ ସେପ୍ଟେମ୍ବର (ହି.ସ.) - କେନ୍ଦୁଝରରେ ଜମିଲାଣି ପାର୍ବଣର ମାହୋଲ । ମାଆ ଦୁର୍ଗାଙ୍କ ସ୍ୱାଗତ ଆବାହନୀ ପାଇଁ ପ୍ରସ୍ତୁତ ହେଲାଣି ଜିଲ୍ଲା । ଶାରଦୀୟ ଦୁର୍ଗାପୂଜା ନିମନ୍ତେ ଜିଲ୍ଲାର ଅନ୍ୟତମ ପୁରାତନ ରାହାସ ପଡ଼ିଆ ଦୁର୍ଗାପୂଜା କମିଟିର ମାଟି ଅନୁକୂଳ ନୀତି ପବିତ୍ର ବାମନ ଜନ୍ମ ଓ ସୁନିଆଁ ଦିନ ସମ୍ପନ୍ନ ହୋଇଛି । ପାଖାପାଖୂ ୬୦ ବର୍ଷ ତଳେ ୧୯୬୪ ମସିହାରେ ଦିବଙ୍ଗତ ଅଜିତ କୁମାର ପଟ୍ଟନାୟକ, ଶ୍ରୀକାନ୍ତି ମହାପାତ୍ର, ଗୋପୀନାଥ ଦାସ ଓ ଅନ୍ୟମାନଙ୍କ ଦ୍ୱାରା ରାହାସ ପଡ଼ିଆ ଡେଲି ମାର୍କେଟଠାରେ ଦୁର୍ଗାପୂଜା ଆରମ୍ଭ ହୋଇଥିଲା । ବର୍ତମାନ ପର୍ଯ୍ୟନ୍ତ ସମାନ ଦେବନୀତି ଓ ଉତ୍ସାହ ସହକାରେ କୈଳାସ ଚନ୍ଦ୍ର ପଣ୍ଡା, ଡକ୍ଟର ସନ୍ଦୀପ ପଟ୍ଟନାୟକ, ମନୋରଂଜନ ସାହୁ, ଗୌରାଙ୍ଗ ମିଶ୍ର, ରବୀନ୍ଦ୍ର କୁମାର ପାଢ଼ୀ, ଦୀନେଶ ରାମ, ଜ୍ଞାନରଂଜନ ଦାସ, ଅରବିନ୍ଦ ରାମ, ଝାଡିଆ ପରମାଣିକ, ବିଷ୍ଣୁ ମିଶ୍ର ଏବଂ ଅନ୍ୟମାନେ ଏହି ପୂଜାକୁ ଅତ୍ୟନ୍ତ ଭବ୍ୟ ଆଡ଼ମ୍ବରରେ ଆୟୋଜନ କରିଆସୁଛନ୍ତି । ସୂଚନାଯୋଗ୍ୟ ରାହାସ ପଡ଼ିଆ ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ ହେଉଛି ମନୋରମ ମେଢ଼, ରୂପା ମୁକୁଟ ଓ ଅନ୍ନପୂର୍ଣ୍ଣା ପ୍ରସାଦ । ମାଟି ଅନୁକୂଳ ପରେ ଅନ୍ୟାନ୍ୟ ପୂଜାନୀତି ଆରମ୍ଭ ହେବ ବୋଲି ଆୟୋଜନ କମିଟିର ବରିଷ୍ଠ ସଦସ୍ୟ ତଥା ସମ୍ପାଦକ ଡକ୍ଟର ସନ୍ଦୀପ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande