କଣ୍ଟାବାଞ୍ଜିରେ ମୁନିସିପାଲିଟି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ, ନେତୃତ୍ୱ ନେଲେ ଶ୍ରୀମତୀ ନିରୁପମା ମାଝୀ
ବଲାଙ୍ଗିର, ୪ ସେପ୍ଟେମ୍ବର (ହି.ସ.)- କଣ୍ଟାବାଞ୍ଜିକୁ ମୁନିସିପାଲିଟି ମାନ୍ୟତା ଦେବା ଦାବିରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ର ଆହ୍ୱାନ ବିଜେଡି ନେତ୍ରୀ ଓ ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ କରାଯାଇଛି। ବନ୍ଦକୁ ନେଇ
କଣ୍ଟାବାଞ୍ଜିରେ ମୁନିସିପାଲିଟି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ, ନେତୃତ୍ୱ ନେଲେ ଶ୍ରୀମତୀ ନିରୁପମା ମାଝୀ


କଣ୍ଟାବାଞ୍ଜିରେ ମୁନିସିପାଲିଟି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ, ନେତୃତ୍ୱ ନେଲେ ଶ୍ରୀମତୀ ନିରୁପମା ମାଝୀ


ବଲାଙ୍ଗିର, ୪ ସେପ୍ଟେମ୍ବର (ହି.ସ.)- କଣ୍ଟାବାଞ୍ଜିକୁ ମୁନିସିପାଲିଟି ମାନ୍ୟତା ଦେବା ଦାବିରେ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦ ର ଆହ୍ୱାନ ବିଜେଡି ନେତ୍ରୀ ଓ ପୂର୍ବତନ ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷ ଶ୍ରୀମତୀ ନିରୁପମା ମାଝୀଙ୍କ ନେତୃତ୍ୱରେ କରାଯାଇଛି।

ବନ୍ଦକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି। ବନ୍ଦ ସମୟରେ ଅନେକ ଦୋକାନ, ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ କେତେକ ସ୍ଥାନରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।

ଶ୍ରୀମତୀ ମାଝୀ କହିଛନ୍ତି ଯେ, କଣ୍ଟାବାଞ୍ଜି ଏକ ସହର ଭାବରେ ଦୃତ ଗତିରେ ଉନ୍ନତି କରୁଛି। ଏଠାରେ ମୁନିସିପାଲିଟି ଘୋଷଣା ହେଲେ ଅଧିକ ଅବସର ଓ ସୁବିଧା ମିଳିପାରିବ। ଏହି ଦାବି ନେଇ ଆମେ ଆନ୍ଦୋଳନ କରୁଛୁ।

ବନ୍ଦ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରଶାସନ ପକ୍ଷରୁ ଶୃଙ୍ଖଳା ବ୍ୟବସ୍ଥା ରଖାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande