ନାବାଳିକା ଅସଦାଚରଣ ମାମଲାରେ ଜଣକୁ ୩ ବର୍ଷ ଜେଲ ଓ ଜୋରିମାନା
Pocso court judgment News from Phulbani
ନାବାଳିକା ଅସଦାଚରଣ ମାମଲାରେ ଜଣକୁ ୩ ବର୍ଷ ଜେଲ ଓ ଜୋରିମାନା


କନ୍ଧମାଳ , ୪ ସେପ୍ଟେମ୍ବର (ହି.ସ.) ଫୁଲବାଣୀ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଆଜି ଏକ ନାବାଳିକା ଅସଦାଚରଣ ମାମଲାର ୧୪ ଜଣ ସାକ୍ଷୀ ଓ ପିଡିତାଙ୍କ ବୟାନ ଆଧାରରେ, ବିଚାର କରି ମାମଲାର ଅଭିଯୁକ୍ତ ବାଲିଗୁଡ଼ା ଥାନା ଅନ୍ତର୍ଗତ ଡୁମୁରିସାହି ର ଜୋସେଫ ମଲିକ(୧୯)କୁ ଦୋଷୀ ସାବ୍ୟସ୍ତ କରି ତାକୁ ୩ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ତାକୁ ଆଉ ଅଧିକ ୬ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି ବିଚାରପତି । ସରକାରଙ୍କ ତରଫରୁ ମାମଲାକୁ ଫାଷ୍ଟ୍ ଟ୍ରାକ୍ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।

ସୁଚନା ଅନୁସାରେ ପିଡୀତା ମାମୁଁ ଘର ବାନ୍ଦାପାଙ୍ଗା କୁ ଯାଉଥିବା ବେଳେ ଅଭିଯୁକ୍ତ ପିଡୀତା ର ଅଣ୍ଟାକୁ ଜାବୁଡ଼ି ଧରିଥିଲା । ପିଡୀତା ଡରି ଯାଇ ପାଟି କରିବାକୁ ଉଦ୍ୟମ କରିବାକୁ ଚେଷ୍ଟା କରିବାରୁ, ପାଟିକୁ ଚିପି ଧରି,ପାଟି କରନା ମୁଁ ତୋ ସହ ସାଙ୍ଗ ହେବାକୁ ଚାହେଁ ,ତୁ ପାଟି କଲେ ହେବକି ବୋଲି କହିଥିଲା । ପିଡୀତା ବାପା ଙ୍କୁ ଫୋନ୍ କରି ବାରୁ ଅଭିଯୁକ୍ତ ଛାଡ଼ି ଦେଇ ପଳାଇ ଯାଇଥିଲା। ପିଡୀତା ର ବାପା ଏ ସଂକ୍ରାନ୍ତରେ ବାଲିଗୁଡା ଥାନା ରେ ଏକ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ପ୍ରକାରେ ବାଲିଗୁଡା ଥାନା ପୋଲିସ ଗତ ୨୦୧୯ ମସିହା ଜୁନ୍ଏ ୧୯ ତାରିଖରେ ଏକ ମାମଲା ୮୬/୧୯ ରୁଜୁ କରି ଏସ୍ ଆଇ ରବିନ୍ଦ୍ର ମୁଣ୍ଡାରୀ ଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍ ଆଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ରେ ହାଜର କରାଇଥିଲେ। ଆଜି ବିଚାରପତି ଉକ୍ତ ମାମଲାର ବିଚାର କରି ଉପୋରୋକ୍ତ ରାୟ ଶୁଣାଇଛନ୍ତି।

ପିଡୀତାଙ୍କୁ କ୍ଷତିପୂରଣ ବାବଦକୁ ଏକ ଲକ୍ଷ୍ୟ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande