ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.)- କାଲିମେଳା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମଭି-୭୨ ରେ ଶିକ୍ଷକତା କରିଥିବା ନିଶିକାନ୍ତ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରଇ, ସହକାରୀ ଗୋଷ୍ଠୀ
ଶିକ୍ଷକଙ୍କୁ ଅବସରକାଳୀନ ସମ୍ବଦ୍ଧନା ଓ ପେନସନ ପ୍ରଦାନ


ମାଲକାନଗିରି, ୪ ସେପ୍ଟେମ୍ବର (ହି.ସ.)- କାଲିମେଳା ବ୍ଲକ ଅନ୍ତର୍ଗତ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମଭି-୭୨ ରେ ଶିକ୍ଷକତା କରିଥିବା ନିଶିକାନ୍ତ ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ କାଲିମେଳା ଗୋଷ୍ଠୀ ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ବାରଇ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧନେଶ୍ଵର ନାୟକ, ପ୍ରାଥମିକ ଶିକ୍ଷକ ସଂଘ ରାଜ୍ୟ ସଭାପତି ରଞ୍ଜିତ ନାୟକ ମାଲକାନଗିରି ଜିଲ୍ଲା ସଭାପତି ତାରକ କୁ ମାର ମଣ୍ଡଳ ଓ ସଂପାଦକ ଚିତ୍ତ ସରକାର, ଏନପି ଏସ ସଭାପତି କେ.ପୂର୍ଣ ଚନ୍ଦ୍ର ପାତ୍ର, ପ୍ରାଥମିକ ଶିକ୍ଷକ ସଂଘ କାଲିମେଳା ବ୍ଲକ ସଭାପତି ପ୍ରଦୀପ ତାପାଲି ପ୍ରମୁଖଙ୍କ ସହିତ ଅବସରପ୍ରାପ୍ତ ଶିକ୍ଷକ ନିଶିକାନ୍ତ ଅଧି କାରୀ ମଞ୍ଚାସୀନ ଥିଲେ । ମଞ୍ଚାସୀନ ଅତିଥି ମାନେ ଶ୍ରୀ ଅଧିକାରୀଙ୍କୁ ତାଙ୍କ ଶିକ୍ଷାଦାନ ପ୍ରତି ଅବଦାନ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ । ସେ ବିଗତ ୩୦. ୦୭.୧୯୯୧ ମସିହା ରେ ଶିକ୍ଷକତା ଆରମ୍ଭ କରି ୩୧ ଅଗଷ୍ଟ ୨୦୨୫ ଅବସର ନେଇଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସାତବର୍ଷ ବୁଥସ୍ତରୀୟ ଅଧିକାରୀ ଏବଂ ପାଞ୍ଚବର୍ଷ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ ଆନ୍ତରିକତାର ସହିତ କାର୍ଯ୍ୟ ତୁଲାଇଥିଲେ ।

ମାନପତ୍ର ସହ ଉପଢୌକନ ଦେଇ ଶ୍ରୀ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ତାଙ୍କୁ ଫେମିଲି ପେନସନ ପ୍ରଦାନ ନିମନ୍ତେ ଆସିଥିବା ଆଦେଶନାମା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକର ବହୁ ଶିକ୍ଷକ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande