ରାସ୍ତା ସମସ୍ୟା ଜଟିଳ, କାଦୁଅ ପଚ୍ ପଚ୍ ରାସ୍ତାରେ ଘାଂଟି ହେଉଛନ୍ତି ୩ ପଡ଼ାବାସୀ
ସମ୍ବଲପୁର, ୦୪ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ତଥା ରାଜ୍ୟ ସରକାର ଗମନାଗମନକୁ ଗୁରୁତ୍ୱ ଦେଇ ଗ୍ରାମାଂଚଳର ବିକାଶ ଲକ୍ଷ୍ୟ ରଖି ସମସ୍ତ ରାସ୍ତାଘାଟ ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି । ମାତ୍ର ସରକାର ବହୁ ଯୋଜନା କରି ଆସୁଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି । ଜ
ରାସ୍ତା ସମସ୍ଯା ଜଟିଳ, କାଦୁଅ ପଚ୍ ପଚ୍ ରାସ୍ତାରେ ଘାଣ୍ଟି ହେଉଛନ୍ତି ୩ ପଡ଼ାବାସୀ


ରାସ୍ତା ସମସ୍ଯା ଜଟିଳ, କାଦୁଅ ପଚ୍ ପଚ୍ ରାସ୍ତାରେ ଘାଣ୍ଟି ହେଉଛନ୍ତି ୩ ପଡ଼ାବାସୀ


ରାସ୍ତା ସମସ୍ଯା ଜଟିଳ, କାଦୁଅ ପଚ୍ ପଚ୍ ରାସ୍ତାରେ ଘାଣ୍ଟି ହେଉଛନ୍ତି ୩ ପଡ଼ାବାସୀ


ରାସ୍ତା ସମସ୍ଯା ଜଟିଳ, କାଦୁଅ ପଚ୍ ପଚ୍ ରାସ୍ତାରେ ଘାଣ୍ଟି ହେଉଛନ୍ତି ୩ ପଡ଼ାବାସୀ


ସମ୍ବଲପୁର, ୦୪ ସେପ୍ଟେମ୍ବର (ହି.ସ.) - କେନ୍ଦ୍ର ତଥା ରାଜ୍ୟ ସରକାର ଗମନାଗମନକୁ ଗୁରୁତ୍ୱ ଦେଇ ଗ୍ରାମାଂଚଳର ବିକାଶ ଲକ୍ଷ୍ୟ ରଖି ସମସ୍ତ ରାସ୍ତାଘାଟ ନିର୍ମାଣକୁ ଗୁରୁତ୍ୱ ଦେଉଛନ୍ତି । ମାତ୍ର ସରକାର ବହୁ ଯୋଜନା କରି ଆସୁଥିବା ବେଳେ ପ୍ରଶାସନିକ ଉଦାସୀନତା ଯୋଗୁଁ ଏହା ସମ୍ପୂର୍ଣ୍ଣ ପ୍ରହସନ ପାଲଟିଛି । ଜିଲ୍ଲା ସଦର ମହକୁମାର ବିଭିନ୍ନ ରାସ୍ତାଘାଟ ଖାଲଖମାରେ ମରଣଯନ୍ତା ପାଲଟି ଥିବା ବେଳେ ଉପାନ୍ତ ବ୍ଲକ୍ ଜମନକିରାରେ ମଧ୍ୟ ଅନୁରୂପ ଅବ୍ୟବସ୍ଥା ଦେଖିବାକୁ ମିଳିଛି । ଏହି ବ୍ଲକ ଅନ୍ତର୍ଗତ ଧୁଡ଼ିପାଲି ପଂଚାୟତର ଲାଡମପାଲି ଗାଁର ଦୃଶ୍ୟ ଅବତାରଣା କଲେ ଝୁନାପଡ଼ା ଠାରୁ ଗୁପ୍ତେଶ୍ୱର ମନ୍ଦିର ଦେଇ ଯାଇଥିବା ନୂଆପଡ଼ା ପର୍ଯ୍ୟନ୍ତ ରାସ୍ତା ସମ୍ପର୍ଣ୍ଣ କାଦୁଅ ପଚ୍ ପଚ୍ । ଏହି ଗାଁ ରାସ୍ତାରେ ଦୈନନ୍ଦିନ ପିଲାମାନେ ପାଠ ପଢିବା ପାଇଁ ଯାଉଥିବା ବେଳେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ପଡ଼ାରେ ରହୁଥିବା ଲୋକେ ମଧ୍ୟ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ନେଇ ପଡାର ଶଙ୍କର ଧୁରୁଆ, ଲିଙ୍ଗରାଜ ରାଜ, ହେମନ୍ତ ବଞ୍ଛୁର, ସୌଭାଗ୍ୟ ଭଇଁସା, ପ୍ରକାଶ ବଞ୍ଛୁରଙ୍କ ସମେତ ବହୁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଏ ସମସ୍ୟା ସମ୍ପର୍କରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ନା ଶୁଣୁଛନ୍ତି ସରପଂଚ, ନା ଶୁଣୁଛନ୍ତି ବିଡ଼ିଓ, ନା ଶୁଣୁଛନ୍ତି ଉନ୍ନୟନ ବିଭାଗ। ଏହି ରାସ୍ତା ଉପରେ ପ୍ରାୟ ୧୫୦ ରୁ ଉର୍ଦ୍ଧ ଘର ପରିବାର ନିର୍ଭର କରିଥାନ୍ତି। ରାସ୍ତାରେ ଦୂରତା ୨ କିଲୋମିଟର ଳରୁ ଅଧିକ ହୋଇଥିବା ବେଳେ ଏହି ରାସ୍ତା ଉପରେ ଶହ ଶହ ଲୋକ ନିର୍ଭର କରିଥାନ୍ତି। ଝୁନାପଡ଼ା, କିଷାନପଡ଼ା ଓ ନୂଆପଡ଼ା ରେ ଅଧିକାଂଶ ଲୋକ ଅନୁସୂଚିତ ଜନଜାତି, ଜନଜାତି ହୋଇଥିବା ବେଳେ ସମସ୍ତେ ପ୍ରାୟ କୃଷି ଉପରେ ନିର୍ଭର କରିଥାନ୍ତି। ଏହି ତିନି ପଡ଼ାରୁ ପ୍ରତ୍ୟେକ ଦିନ ୧୦ ରୁ ୧୫ ଜଣ ଅଙ୍ଗନବାଡ଼ି ଠୁ ଧରି ଉଚ୍ଚ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀ ଛାତ୍ର ମାନେ ପାଠ ପଢିବା ପାଇଁ ନିତିଦିନ ଯା ଆସ କରିଥାନ୍ତି। ସାଧାରଣ ଲୋକ ମଧ୍ୟ ବିଭିନ୍ନ କାମରେ ଯିବା ଆସିବା କରିଥାନ୍ତି। ତେବେ ଏଭଳି ଶୋଚନୀୟ ରାସ୍ତା ଯୋଗୁଁ ପିଲାମାନେ ତଥା ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏନେଇ ସରପଂଚ ଅରୁଣ କୁମାର ନାଏକ ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଆମ ଦ୍ୱାରା ମାଟି ମୂରୁମ୍ କାମ ହେଇ ପାରିବ। ମନରେଗା ଯୋଜନାରେ ପୁର୍ବରୁ ରାସ୍ତା କରିବା ପାଇଁ ଆକ୍ସନ ପ୍ଲାନ୍ ରେ ପକା ଜାଇଥିଲା କିନ୍ତୁ ଲୋକେ ଉକ୍ତ କାମକୁ ବିରୋଧ କରିଥିଲେ। ତେଣୁ କାମ ହୋଇ ପାରିନଥିଲା। ପରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଏଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ। ହେଲେ ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ସଦରମହକୁମାର ଅଧିକାଂଶ ରାସ୍ତା ଖାଲଖମାରେ ମରଣଯନ୍ତା ପାଲଟି ଥିବା ବେଳେ ବିଭିନ୍ନ ବ୍ଲକ୍‌, ପଂଚାୟତ ରାସ୍ତା ମଧ୍ୟ ତଦୁର୍ପ ହୋଇପଡିଛି। ନିର୍ବାଚନ ପରେ ସହରବାସୀଙ୍କ ଠାରୁ ଆରମ୍ଭ କରି ଗ୍ରାମାଂଚଳର ଲୋକେ ସବୁ କିଛି ପରିବର୍ତନ ଆଶା ରଖିଥିବା ବେଳେ ଜିଲ୍ଲାର ରାସ୍ତା ସମସ୍ୟାର ସମାଧାନ କେବେ ହେବ ତାହା ଏବେ ବିଭିନ୍ନ ମହଲରେ ମୁଖ୍ୟ ପ୍ରଶ୍ନବାଚୀ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande