ସର୍ପାଘାତରେ ଚାଲିଗଲା ଦୁଇ ଜୀବନ
ଘଟଗାଁ, ୪ ସେପ୍ଟେମ୍ବର(ହି. ସ ) - ଗାଁରେ ଦେଶ କରମ ପର୍ବ ଧୁମ ଧାମରେ ପାଳନ ହେଉଥିବା ବେଳେ ସର୍ପାଘାତରେ ଚାଲିଗଲା ପିଉସା ଓ ଝିଆରୀ ଜୀବନ । ଗାଁରେ ଦେଖା ଦେଇଛି ଶୋକାକୁଳ ପରିବେଶ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଘଟଗାଁ ଥାନା ଦୁବୁଲା ବେଡା ଗ୍ରାମରେ। ଏହି ଗ୍ରାମରେ ଗତ ରାତିରେ ଦେଶ କରମ ପର୍ବ ଚାଲିଥ
ସର୍ପ ଘାତରେ ଚାଲିଗଲା ଦୁଇ ଜୀବନ।


ଘଟଗାଁ, ୪ ସେପ୍ଟେମ୍ବର(ହି. ସ ) - ଗାଁରେ ଦେଶ କରମ ପର୍ବ ଧୁମ ଧାମରେ ପାଳନ ହେଉଥିବା ବେଳେ ସର୍ପାଘାତରେ ଚାଲିଗଲା ପିଉସା ଓ ଝିଆରୀ ଜୀବନ । ଗାଁରେ ଦେଖା ଦେଇଛି ଶୋକାକୁଳ ପରିବେଶ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଘଟଗାଁ ଥାନା ଦୁବୁଲା ବେଡା ଗ୍ରାମରେ। ଏହି ଗ୍ରାମରେ ଗତ ରାତିରେ ଦେଶ କରମ ପର୍ବ ଚାଲିଥିବା ବେଳେ ଗ୍ରାମର ଅଭୟ କୁମାର ମହାନ୍ତ ଓ ପରିବାର ଲୋକ ଶୋଇଥିବା ବେଳେ ଘର ଭିତରେ ଏକ ଚିତି ସାପ ପଶି ପିଉସା ଓ ଝିଆରୀକୁ ଦଂଶନ କରିଥିଲା। ପ୍ରକାଶ ଥାଉକି ପାଟଣା ଥାନା ମୂଷାଖୋରୀ ପଂଚାୟତ ଦକ୍ଷିଣପୋଷି ଗ୍ରାମ ପ୍ରଶାନ୍ତ କୁମାର ମହାନ୍ତ ଝିଅ ସୋନାଲି ମହାନ୍ତ ଝିଅ ଦୁବୁଲା ବେଡା ଅପା ଘରକୁ କୁଣିଆଁ ଆସିଥିଲା। ସାପ କାମୁଡ଼ିଥିବା ଖବର ପାଇ ପରିବାର ଲୋକେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ ସୁଧା ଡାକ୍ତର ସୋନାଲି ମହାନ୍ତକୁ ମୃତ ଘୋଷଣା କରିଥିଲେ। ଅଭୟ ମହାନ୍ତ କୁ ସମ୍ପୂର୍ଣ ବିଷ ଘାରିଥିବା ଯୋଗୁଁ ଉନ୍ନତ ମାନର ଚିକିତ୍ସା ନିମନ୍ତେ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନସ୍ତାରିତ କରିଥିଲେ। ଅବସ୍ଥା ସଙ୍କଟପନ୍ନ ଥିବାରୁ କଟକ ବଡ ମେଡିକାଲକୁ ସ୍ଥାନସ୍ତାରିତ କରୁଥିବା ସମୟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି। ଗୋଟିଏ ଘରେ ଦୁଇ ଦୁଇଟି ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସୋନାଲି ମହାନ୍ତ କୁ ପାଟଣା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଛେଦ ନିମନ୍ତେ ପଠାଇଥିବା ବେଳେ ଅଭୟଙ୍କର ସେହିଠାରେ ହଁ ଶବବ୍ୟବଚ୍ଛେଦ ହୋଇ ଥିବା ସୂଚନା ମିଳିଛି। ମୃତକ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ ଜୋର ଧରିଛି।

ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ


 rajesh pande