ସମ୍ବଲପୁର, ୦୪ ସେପ୍ଟେମ୍ବର (ହି.ସ.) - ବର୍ତମାନର ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସୋନପୁରର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ ଚଳିତ ବର୍ଷ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବା ପାଇଁ ମନୋନୀତ ହେଇଛନ୍ତି। ଜଣେ ଦକ୍ଷ ଶିକ୍ଷା ପ୍ରଶାସକ ଭାବରେ ପରିଚିତ ଶ୍ରୀ ଭୋଇ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି, ଶିକ୍ଷକଙ୍କ ଦକ୍ଷତା ବିକାଶ ତଥା ଶୈକ୍ଷିକ ଉନ୍ନତିରେ ବିଶେଷ ଅବଦାନ ପାଇଁ ଶ୍ରେଷ୍ଠ ଜିଲ୍ଲା ଶିକ୍ଷା ଅଧିକାରୀ ଭାବରେ ମନୋନୀତ ହେଇଛନ୍ତି। ଏହି ଖବର ମିଳିବା ପରେ ଜିଲ୍ଲାର କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନେ ଶ୍ରୀ ଭୋଇଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୫ ତାରିଖ ଦିନ ଗୁରୁଦିବସ ଉପଲକ୍ଷେ ଭୁବନେଶ୍ୱରର ଲୋକସେବା ସଦନଠାରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଗୁରୁଦିବସ ସମାରୋହରେ ଶ୍ରୀ ଭୋଇଙ୍କୁ ସେଠାରେ ପୁରସ୍କାର ପ୍ରଦାନ କରାଯିବାକୁ ଥିବା ବେଳେ ବିଭିନ୍ନ ମହଲ ଏବଠାରୁ ବେଶ୍ ଉତ୍ସାହିତ ହୋଇ ଉଠିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ