ଅପରେସନ ପ୍ରହାର କାର୍ଯ୍ୟକାରିତା ଉପରେ ସୂଚନା ଦେଲେ ଏସପି କୋରାପୁଟ
ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ଅପରେସନ ପ୍ରହାରର କାର୍ଯ୍ୟକାରିତା ଉପରେ ଆଜି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନିରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି । କାକିରିଗୁମ୍ମା ପୋଲିସ ଗତ ୩ ତାରିଖରେ ୩୯୪.୯୦୦ କେଜି ଗଞ୍ଜେଇ, ଟ୍ରକ ବୋଲେରୋ
ଅପରେସନ ପ୍ରହାର କାର୍ଯ୍ୟକାରିତା ଉପରେ ସୂଚନା ଦେଲେ ଏସପି କୋରାପୁଟ


ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ଅପରେସନ ପ୍ରହାରର କାର୍ଯ୍ୟକାରିତା ଉପରେ ଆଜି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନିରେ ଉପସ୍ଥିତ ରହି ସୂଚନା ଦେଇଛନ୍ତି । କାକିରିଗୁମ୍ମା ପୋଲିସ ଗତ ୩ ତାରିଖରେ ୩୯୪.୯୦୦ କେଜି ଗଞ୍ଜେଇ, ଟ୍ରକ ବୋଲେରୋ ଜବତ କରିଛି । ସେହପରି ଗତ ୨ ତାରିଖରେ ସେମିଳିଗୁଡା ଠାରେ ୩୨ କେଜି ଗଞ୍ଜେଇ ଜବତ କରିଛି । ଜୟପୁର ଟାଉନ ପୋଲିସ ଆଜି ୫ କେଜି ଗଞ୍ଜେଇ ଜବତ କରିଛି । ଗତ ୩ ତାରିଖରେ ଜୟପୁର ପୋଲିସ ଓ ପୌରପାଳିକା ମିଳିତ ଭାବେ ଚଢଉ କରିଥିଲେ । ବେଆଇନ ଭାବେ ତମାଖୁ ରଖିବା ବକ୍ରି କରିବା ଅଭିଯୋଗରେ ଚଢଉ କରିଥିଲେ । ସହର ଭଦ୍ରେୟା ସାହିରେ ୩ଟି ଗୋଦାମରେ ଚଢଉ କରି ୪୫ ଲକ୍ଷ ମୂଲ୍ୟର ତମାଖୁ , ଗୁଟୁଖା, ସିଗାରେଟ, ଜବତ କରି ଗୋଦାମ ସିଲ କରାଯାଇଛି । ଆଗାମି ଦିନରେ ମଧ୍ୟ ଚଢଉକୁ ଜୋରସୋର କରାଯିବ ବୋଲି ସୂଚନା ଦେଇଛନ୍ତି । ବିଶେଷ କରି ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଶହେ ମିଟର ଦୂରରେ ଯେଉଁମାନେ ଗୁଟଖା ଓ ଧୁମପାନ ସାମଗ୍ରୀ ବିକ୍ରି କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି । ବିଭିନ୍ନ ସ୍ଥାନରେ ଅଫିମ ତଥା ଡ୍ରଗସ ବିକ୍ରି ଉପରେ ଚଢଉ କରାଯିବ । ଆଜିର ସମ୍ବାଦିକ ସମ୍ମିଳନିରେ ଏସଡିପିଓ ପାର୍ଥ କଶ୍ୟପ, ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ, ପୌର ପରିମଳ ନିରିକ୍ଷକ ସତ୍ୟ ନାରାୟଣ ପାତ୍ର ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande