ଠିକାଦାରଙ୍କ ନିୟନ୍ତ୍ରଣରେ ଭଦ୍ରକ ଜିଲାର ସମସ୍ତ ଲାଇନ୍ ଡିପାର୍ଟମେଂଟ
ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଠିକାଦାରଙ୍କ ନିୟନ୍ତ୍ରଣରେ ଏବେ ଜିଲାର ସମସ୍ତ ଲାଇନ୍ ଡିପାର୍ଟମେଂଟ କାର୍ଯ୍ୟ କରୁଛି। ରାଜନୈତିକ ପୃଷ୍ଠପୋଷକତାରେ ଠିକାଦାରମାନଙ୍କ ସ୍ୱେଚ୍ଛାଚାରିତା ବଢିଚାଲିଛି। ଫଳରେ ଜିଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମାପନରେ ଅହେତୁକ ବିଳମ୍ବ ଘଟୁଛି। ବିଶେଷକରି ପ୍ରଧାନମନ୍ତ୍ରୀ
THIKADARNKA NIYANTRANARE LINE DEPARTMENT


ଭଦ୍ରକ, ୪ ସେପ୍ଟେମ୍ବର (ହି.ସ.) - ଠିକାଦାରଙ୍କ ନିୟନ୍ତ୍ରଣରେ ଏବେ ଜିଲାର ସମସ୍ତ ଲାଇନ୍ ଡିପାର୍ଟମେଂଟ କାର୍ଯ୍ୟ କରୁଛି। ରାଜନୈତିକ ପୃଷ୍ଠପୋଷକତାରେ ଠିକାଦାରମାନଙ୍କ ସ୍ୱେଚ୍ଛାଚାରିତା ବଢିଚାଲିଛି। ଫଳରେ ଜିଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମାପନରେ ଅହେତୁକ ବିଳମ୍ବ ଘଟୁଛି। ବିଶେଷକରି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, ବିଜୁ ସେତୁ, ଜଳସେଚନ ବିଭାଗର ନଦୀବନ୍ଧ କାର୍ଯ୍ୟ ଓ ସହରାଂଚଳ ଠାରୁ ଆରମ୍ଭ କରି ଭଦ୍ରକ-ଆଖଣ୍ଡଳମଣି ସଡକ ପଥ ଓ ମେଗା ୱାଟର ସପ୍ଲାଏ କାର୍ଯ୍ୟ ଭଳି ବହୁ ଉନ୍ନୟନ କାର୍ଯ୍ୟ ଗୁଡିକ ଠିକାଦାରଙ୍କ ମନମାନୀ ଯୋଗୁଁ ଅଧାପନ୍ତରିଆ ଅବସ୍ଥାରେ ପଡିରହିଛି। ଅନ୍ୟପକ୍ଷରେ ଏହିସବୁ ଉନ୍ନୟନ କାର୍ଯ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ତହସିଲ କର୍ତୃପକ୍ଷଙ୍କ ଚରମ ଅବହେଳା କାରଣରୁ ବିକାଶ କାର୍ଯ୍ୟ ଦୀର୍ଘବର୍ଷ ଧରି ଅଟକି ରହିଛି। ଫଳରେ ଜନସାଧାରଣ ଏହିସବୁ ଯୋଜନାରେ ଉପକୃତ ହୋଇପାରୁନାହାଁନ୍ତି। ଜିଲାରେ ଏଭଳି ସ୍ଥିତିକୁ ନେଇ ଗତକାଲି ଅନୁଷ୍ଠିତ ଦିଶା ବୈଠକରେ ସାଂସଦ ଅଭିମନ୍ୟୁ ସେଠୀ କ୍ଷୋଭ ପ୍ରକାଶ କରିଛନ୍ତି। ଉନ୍ନୟନ କାର୍ଯ୍ୟରେ ଯେଉଁ ଠିକାଦାରମାନେ ମନମାନୀ ଚଳାଇ ଠିକ୍ ସମୟରେ କାର୍ଯ୍ୟ ଶେଷ କରୁନାହାଁନ୍ତି, ସେମାନଙ୍କ କାର୍ଯ୍ୟକୁ ତଦାରଖ କରି କଳା ତାଲିକାଭୁକ୍ତ କରିବା ପାଇଁ ଇଂଜିନିୟରିଂ ବିଭାଗର କର୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଭଣ୍ଡାରିପୋଖରୀ ବ୍ଲକ୍‌ର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା (ପ୍ୟାକେଜ୍ ନଂ ୨୩୯) ତାଳପଦା ଠାରୁ ପଟ୍ଟାପୋଲ ମଣିବାଗ ଭାୟା କେଂଟଇ ୫ ବର୍ଷରୁ ଉର୍ଦ୍ଧ୍ୱ ଧରି କାର୍ଯ୍ୟ ଆରମ୍ଭ ହୋଇଥିଲା। ଅଦ୍ୟାବଧି ଏହି କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ଫଳରେ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ସେହିଭଳି ବିଜୁ ସେତୁ ଯୋଜନାରେ ଗ୍ରାମ୍ୟ ଉନ୍ନୟନ ବିଭାଗ-୧ ପକ୍ଷରୁ ୨୦୧୬-୧୭ ରେ ନିର୍ମାଣ କରାଯାଇଥିବା ବ୍ରିଜ୍‌ଟିର ଆଜିପର୍ଯ୍ୟନ୍ତ ଆପ୍ରୋଚ ରୋଡ୍ ହୋଇପାରିନାହିଁ। ରାନ୍ଦିଆସ୍ଥିତ ଫ୍ଲାଏ ଓଭରବ୍ରିଜ୍‌ର ଗମନାଗମନ ପଥ ଖାଲଢିପରେ ଶୋଚନୀୟ ହୋଇପଡିଥିଲେ ମଧ୍ୟ ପୂର୍ତ ବିଭାଗ ମରାମତି କାର୍ଯ୍ୟ କରୁନଥିବାବେଳେ ଭଦ୍ରକ କଲେଜ ରୋଡ୍ର ବ୍ରିଜ୍ ତଳ ରାସ୍ତାଟିରେ ଏବେ ଆଣ୍ଠୁଏ ଲେଖାଏଁ ଖାଲ ହୋଇଯାଇଥିଲେ ମଧ୍ୟ ସେଥିପ୍ରତି କାହାର ନଜର ନାହିଁ। ନିକଟରେ ସ୍ୱାଧୀନତା ଦିବସ ଅବସରରେ ଭଦ୍ରକ କଲେଜରେ ପତାକା ଉତୋଳନ କରିବାକୁ ଆସିଥିବା ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଏହି ଖାଲଖମା ରାସ୍ତା ଦେଇ ନିଆଯାଇଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇନଥିଲେ। ଆଜି ପର୍ଯ୍ୟନ୍ତ ତାହା ସେହିଭଳି ଭାବେ ପଡି ରହି ଛୋଟବଡ ଦୁର୍ଘଟଣାକୁ ଜନ୍ମ ଦେଉଛି । ଏ ନେଇ ସାଂସଦଙ୍କ ପ୍ରତିନିଧି ଭରତ ରାଉତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଭଦ୍ରକ ଆରଡି ରାସ୍ତା, ମୋଚି ଛକଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ସଡକ ପଥ ୪/୫ ବର୍ଷ ଧରି କାର୍ଯ୍ୟ ଶେଷ ହେଉନାହିଁ। ସ୍ୱାସ୍ଥ୍ୟ ବିଭାଗର ବହୁ ବିଲ୍‌ଡିଂ କାର୍ଯ୍ୟ ସଂପାଦନ କ୍ଷେତ୍ରରେ ପୂର୍ତ ବିଭାଗର ଅବହେଳାକୁ ନେଇ ଦିଶା ବୈଠକରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande