ଜୟପୁର, ୪ ସେପ୍ଟେମ୍ବର (ହି.ସ.)- ଜୋର ଧରିଲା ଐତିହାସିକ ପାତ୍ରପୁଟ ଲୁହା ପୋଲର ସୁରକ୍ଷା ଦାବୀ l ବ୍ରିଟିଶ ଅମଳର ଲୁହା ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ l ଏହାର ସୁରକ୍ଷା ନିମନ୍ତେ ରାଜ ରାସ୍ତାରେ ବିକ୍ଷୋଭ ପଦର୍ଶନ କରିଛି ବୈପାରୀଗୁଡା ସୁରକ୍ଷା ମଞ୍ଚ l ରାଞ୍ଚି - ବିଜୟୱାଡା ୩୨୬ ନମ୍ୱର ଜାତୀୟ ରାଜପଥ ପାତ୍ରପୁଟ ଲୁହା ପୋଲ ନିକଟରେ ବେନେର ଧରି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ପାତ୍ରପୁଟ ନିକଟରେ କୋଲାବ ନଦୀ ଉପରେ ୧୯୩୧ ମସିହାରେ ଲୁହା ପୋଲ ନିର୍ମାଣ ହୋଇଥିଲା l ବ୍ରିଟିଶ ଅମଳର ବିନା ପିଲରରେ ନିର୍ମିତ ଲୁହା ପୋଲ ଏବେ ବିପଦ ସଂକୁଳ ଅବସ୍ଥାରେ l ଆନ୍ଧ୍ର, ତେଲେଙ୍ଗାନା, ଛତିଶଗଡ ସହ ମାଛକୁଣ୍ଡ ଏବଂ ଗୁପ୍ତେଶ୍ୱର ଭଳି ଦର୍ଶନୀୟ ସ୍ଥାନକୁ ଯିବାକୁ ହେଲେ ଏହି ଲୁହା ପୋଲ ପାର ହେବାକୁ ପଡେ l ପ୍ରତିଦିନ ହଜାର ହଜାର ସଂଖ୍ୟକ ଛୋଟ ବଡ଼ ଯାନବାହନ ଯାତାୟାତ କରିଥାଏ l ଦୀର୍ଘ ୯୪ ବର୍ଷ ବିତିଲା ତଥାପି ପ୍ରଶାସନ ପକ୍ଷରୁ ଏହାର ବିକଳ୍ପ ପୋଲ ବ୍ୟବସ୍ଥା କରପାରିଲେ ନାହିଁ l ଗତ କିଛି ଦିନ ପୂର୍ବେ ଜାତୀୟ ରାଜପଥ ପ୍ରାଧିକାରଣ ପକ୍ଷରୁ ଟେଣ୍ଡର ହୋଇଥିଲା l କିନ୍ତୁ କୌଣସି କାରଣବସତଃ ସେ ଟେଣ୍ଡର ବାତିଲ ହୋଇଯାଇଛି l ଯାହାକୁ ନେଇ ଏବେ ଉକ୍ତ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି l ଏହାର ପ୍ରତିବାଦରେ ଆଜି ବୈପାରୀଗୁଡା ସୁରକ୍ଷା ମଞ୍ଚ ପକ୍ଷରୁ ଏଠାରେ ନୂତନ ବ୍ରିଜ ନିର୍ମାଣ ସହ ବର୍ତ୍ତମାନର ଐତିହାସିକ ଲୁହା ପୋଲର ସୁରକ୍ଷା ଦାବୀ ନେଇ ବ୍ରିଜ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି l
ହିନ୍ଦୁସ୍ଥାନ ସମାଚାର / ପିକେପି