କେନ୍ଦୁଝର, ୪ ସେପ୍ଟେମ୍ବର (ହି.ସ.) - ଆସନ୍ତା କାଲି ଗୁରୁ ଦିବସ। ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ଏହି ଦିବସକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ଆସନ୍ତା କାଲି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହଯୋଗରେ ଜିଲ୍ଲା ସ୍ତରୀୟ ଗୁରୁଦିବସ ସ୍ଥାନୀୟ ପିଏମ ଶ୍ରୀ ଡି ଏନ୍ ହାଇସ୍କୁଲ୍ ସଭାଗୃହ ଠାରେ ପାଳନ ହେବ। ଏହା ସହ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ମଧ୍ୟ ପାଳନ ହେବ ବିଭାଗ ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA