ଧର୍ମଶାଳା,୪ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଅଂଚଳରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । ଆଜି ଏକ ଅଘଟଣ ଦେଖିବାକୁ ମିଳିଛି । ଧର୍ମଶାଳା ବ୍ଲକ ପ୍ରାଙ୍ଗଣରେ ୨୦୧୬ ମସିହାରେ ସ୍ଥାପନ ହୋଇଥିବା ଡ. ବିଆର ଆମ୍ବେଦକରଙ୍କ ପ୍ରତିମୂର୍ତିକୁ କେହି ଦୁବୃତ ହାତ ଆଙ୍ଗୁଠିକୁ ଭାଙ୍ଗି ଦେବା ସହ ହାତରେ ଧରି ଥିବା ସମ୍ବିଧାନ ପୁସ୍ତକକୁ ନିକଟସ୍ଥ ଅଳିଆ ଗଦାରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ଯାହାକି ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ସରକାର ଆସିବା ପରେ ଏଭଳି ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବା ନେଇ ଅଭିଯୋଗ ହେବା ସହ ଘଟଣାକୁ ବିଭିନ୍ନ ମହଲରୁ ଦୃଢ ନିନ୍ଦା କରାଯାଇଛି । ଏଭଳି ଘଟଣା ଘଟାଇଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଂଚଳବାସୀ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ