ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)
- ଏଥର ପୂଜା
ମେଲୋଡିରେ ଅଶୀଳ ନୃତ୍ୟ ମନା । ପୂଜାକୁ ନେଇ ବିମଏସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ପୂଜାରେ ପାର୍କିଂକୁ ଗୁରୁତ୍ୱ
ଦିଆଯାଇଛି । ପାର୍କିଂ ନଥିଲେ ମିନା ବଜାର ପଡିବନି କି ମିଳିବନି ରାବଣ ପୋଡି ପାଇଁ ଅନୁମତି । ପ୍ଲାଷ୍ଟିକ
ମୁକ୍ତ ହେବ ପୂଜା । ମୁଖ୍ୟ ରାସ୍ତାରେ ତୋରଣ
ଲଗେଇ ପାରିବେ ନାହିଁ ପୂଜା କମିଟି । ସବୁ ଭଷାଣି
ସ୍ଥାନରେ ଖୋଲିବ କଣ୍ଟ୍ରୋଲ ରୁମ,ରଖାଯିବ ଆମ୍ବୁଲାନ୍ସ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ପୂଜା ପେଣ୍ଡାଲରେ ନିଶାକୁ ମନାର
ସଚେତନତା ଵାର୍ତା ବାଣ୍ଟିବ ପୋଲିସ । ପୂଜା ପୂର୍ବରୁ ବିଦ୍ୟୁତ ଖୁଣ୍ଟ ଓ ତାର ମରାମତିକୁ
ଗୁରୁତ୍ୱ ଦିଆଯାଇଛି । ରାସ୍ତା ଖରାପ ନେଇ ପିଡବ୍ଲଡିର ବିଭାଗୀୟ ଅଧିକାରୀଙ୍କୁ କମିଶନର ତାଗିଦ
କରିଛନ୍ତି । ପୂଜା ପୂର୍ବରୁ ସବୁ ରାସ୍ତା ମରାମତି କାମ ସାରିବା ନେଇ ଡେଡ୍ ଲାଇନ ଦିଆଯାଇଛି । ରାସ୍ତା
ଖାଲଖମାର ମରାମତି ନେଇ ସବୁ ୱାର୍ଡକୁ ଦିଆଯିବ ପାଞ୍ଚ ଲକ୍ଷ ଟଙ୍କା । ପେଣ୍ଡାଲ ନିକଟରୁ ହଟିବେ
ବୁଲା କୁକୁର । ବୈଠକରେ ବିଏମସି କମିଶନର,ମେୟର,ବିଭିନ୍ନ ୱାର୍ଡର କର୍ପୋରେଟର,ପୋଲିସ, ୱାଟକୋ, ଫାୟାର, ସବୁ ବିଭାଗର ଅଧିକାରୀ ସାମିଲ ଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା