ଲଗାଣ ବର୍ଷା ଜଳରେ ଦୁଧେ଼ଇ ନାଳ ଆପ୍ରୋଚ ରୋଡ ଭାସିଗଲା : ୫ଶହ ଲୋକ ପ୍ରଭାବିତ
ଧର୍ମଶାଳା, ୪ ସେପ୍ଟେମ୍ବର (ହି.ସ.)- ସାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅନେକ ସ୍ଥାନରେ ତୁହାକୁ ତୁହା ଲଗାଣ ବର୍ଷା ହେବା ଫଳରେ ଘରୁ ଗୋଡ କାଢିଲେ ପାଣିରେ ଯିବାକୁ ପଡୁଛି । କୁନିକୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁ
ଲଗାଣ ବର୍ଷା ଜଳରେ ଦୁଧେ଼ଇ ନାଳ ଆପ୍ରୋଚ ରୋଡ ଭାସି ଗଲା : ୫ଶହ ଲୋକେ ପ୍ରଭାବିତ


ଧର୍ମଶାଳା, ୪ ସେପ୍ଟେମ୍ବର (ହି.ସ.)- ସାରା ରାଜ୍ୟରେ ବର୍ଷାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଅନେକ ସ୍ଥାନରେ ତୁହାକୁ ତୁହା ଲଗାଣ ବର୍ଷା ହେବା ଫଳରେ ଘରୁ ଗୋଡ କାଢିଲେ ପାଣିରେ ଯିବାକୁ ପଡୁଛି । କୁନିକୁନି ପିଲାମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧାମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲଗାଣ ବର୍ଷା ଫଳରେ ଯାଜପୁର ବ୍ଲକ ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୁଜନପୁର ପଂଚୟତ ବିଶେଷଭାବେ ପ୍ରଭାବିତ ହୋଇଛି । ଗୁରୁବାର ସକାଳୁ ସକାଳୁ ସୁଜନପୁର ପଂଚାୟତସ୍ଥ ୨ନଂ ୱାର୍ଡ ଦେଇ ଯାଇଥିବା ଦୁଧେଇ ନାଳ ଉପରେ ନିର୍ମିତ ହୋଇଥିବା ପୋଲର ଆପ୍ରୋଚ ରୋଡ ଭାସି ଯାଇଥିବା ଦେଖିବାକୁ ମିଳିଛି । ଏହି ପୋଲ ଯୋକଡିଆ ଠାରୁ ବାହାରି ବରୀ ନିର୍ବାଚନ ମଣ୍ଡଳୀ ଦେଇ ଏହି ନାଳ ଯାଇଛି । ଜନସାଧାରଣଙ୍କ ସୁବିଧା ଦୃଷ୍ଟିକୋଣରୁ ୨୦୧୪ ମସିହାରେ ଏହି ପୋଲ ନିର୍ମିତ ହୋଇଥିଲା । ଫଳରେ ୨ ନଂ ୱାର୍ଡର ସଂଖ୍ୟଲଘୁ ସମ୍ପ୍ରଦାୟ ବସ୍ତିର ୫ଶହ ଲୋକେ ବିଭିନ୍ନ କାର୍ଯ୍ୟ ତଥା ଚାଷ କାମ ପାଇଁ ଦୂର୍ଗାପୁର, ନୁଣୁପୁର ଓ ହସନପୁର ଆଦି ଅଂଚଳକୁ ଯାତାଯତ କରିଥାନ୍ତି । ଆଜି ସକାଳୁ ପ୍ରବଳ ବର୍ଷା ହେବା ଫଳରେ ଦୁଧେଇ ନାଳର ଜଳସ୍ତର ବୃଦ୍ଧି ପାଇଥିଲା । ଅଳ୍ପ ସମୟରେ ପୋଲର ଆପ୍ରୋଚ ରୋଡ ସମ୍ପୂର୍ଣ୍ଣଭାବେ ଭାସି ଯାଇଥିଲା । ପୋଲର ଆପ୍ରୋଚ ରୋଡ ଭାସି ଯିବା ଫଳରେ ଏହି ପୋଲ ଦେଇ ଯାତାୟତ କରୁଥିବା ସାଧାରଣ ଲୋକଙ୍କ ଜୀବନ ଯାତ୍ରା ବ୍ଯାହତ ହୋଇଛି। ଏହି ୱାର୍ଡର ଲୋକେ ୩ ରୁ ୪ କି.ମି. ମୁଖ୍ୟ ରାସ୍ତା ଦେଇ ସୁଜନପୁରକୁ ଯିବାକୁ ପଡିବ । ଏହି ଖବର ପ୍ରଚାରିତ ହେବା ପରେ ଆପ୍ରୋଚ ରୋଡ ନିକଟରେ ଶହଶହ ଲୋକେ ରୁଣ୍ଡ ହୋଇଥିଲେ । ଲଗାଣ ବର୍ଷା କମିବା ସହ ନାଳରେ ଜଳସ୍ତର କମିଲେ ତୁରନ୍ତ ସ୍ଥାୟୀ ଆପ୍ରୋଚ ରୋଡ ମରାମତି କରାଯିବ ବୋଲି ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande