ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ବୈତରଣୀରେ
ବନ୍ୟା ଆସିଛି । ଗତ ତିନି ମାସରେ ବୈତରଣୀରେ ଏହା ତୃତୀୟ ବନ୍ୟା ବୋଲି ସୂଚନା ଦେଇଛନ୍ତି
ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ । ଗତକାଲି ଓଡ଼ିଶା ବିଭିନ୍ନ ସ୍ଥାନରେ
ପ୍ରବଳ ବର୍ଷା ହୋଇଛି । 14 ବ୍ଲକରେ 100 ମିମିରୁ ଅଧିକ ଓ 42 ବ୍ଲକରେ 50 ମିମିରୁ ଅଧିକ ବର୍ଷା ହୋଇଛି ।ଯାହା ପ୍ରବଳରୁ ଅତି ପ୍ରବଳ ।ଉପର ମହାନଦୀ, ବୈତରଣୀ, ବୁଢାଵଳଙ୍ଗ ଓ
ବୈତରଣୀରେ ବହୁତ ବର୍ଷା ହୋଇଛି । କେବଳ ବୈତରଣୀରେ ଛୋଟ ବନ୍ୟା ଅଛି । ବିପଦ ସଂକେତର 0.5 ମିଟର ଉପରେ
ଆଖୁଆପଦାରେ ବୈତରଣୀ ପ୍ରଭାହିତ ହେଉଛି । ଜିଲ୍ଲା ପ୍ରଶାସନ ସତର୍କ ଅଛି । ଜଳକା ସତର୍କ ସଂକେତ
ଉପରେ ଅଛି । ହୀରାକୁଦରେ 10 ଗେଟ ଦେଇ ଜଳ
ନିଷ୍କାସନ ହେଉଛି । 2.15 ଲକ୍ଷ କ୍ୟୁସେକ ଜଳ ପ୍ରବେଶ ଓ 1.33 ଲକ୍ଷ କ୍ୟୁସେକନିଷ୍କାସନ ହେଉଛି । ଆବଶ୍ୟକ ପଡିଲେ, ଆହୁରି ଗେଟ ଖୋଲା
ହେବ । ଜଳସ୍ତର ବୃଦ୍ଧି ହେବ । ହେଲେ ମହାନଦୀରେ ବନ୍ୟା ଆସିବ ନାହିଁ । ରେଙ୍ଗାଲିରେ ବ୍ରାହ୍ମଣୀ
ଗୋଟେ ଗେଟ ଦେଇ ଜଳ ନିଷ୍କାସନ ହେଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା