ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଏନଏସିକୁ ବାଦ ଦେଇ ସରକାରଙ୍କ ବିଶ୍ୱାଘାତକତାକୁ ବରଦାସ୍ତ କରାଯାଇ ପାରିବ ନାହିଁ : ପୂର୍ବତନ ବିଧାୟକ
ଧର୍ମଶାଳା, ୪ ସେପ୍ଟେମ୍ବର (ହି.ସ.)- ପୂର୍ବ ସରକାର ସମୟରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାକୁ ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ସରକାର ପରିବର୍ତନ ପରେ ଜାରକାକୁ ପୁଣି ଉପେକ୍ଷା କରାଗଲା । ତେବେ ନୂଆ ସରକାର ଆସିବା ପରେ କିଛି ଅଂଚଳକୁ ସ୍ୱାୟତ ଦିବସ ଅବସରରେ ଏନ୍‌ଏସି ଘୋଷଣା କରିଥିଲେ । ଜିଲାର
ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଜାରକା ଏନଏସିକୁ ବାଦ ଦେଇ ସରକାରଙ୍କ ବିଶ୍ୱାଘାତକତାକୁ ବରଦାସ୍ତ କରାଯାଇ ପାରିବ ନାହିଁ : ପୂର୍ବତନ ବିଧାୟକ


ଧର୍ମଶାଳା, ୪ ସେପ୍ଟେମ୍ବର (ହି.ସ.)- ପୂର୍ବ ସରକାର ସମୟରେ ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାକୁ ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ସରକାର ପରିବର୍ତନ ପରେ ଜାରକାକୁ ପୁଣି ଉପେକ୍ଷା କରାଗଲା । ତେବେ ନୂଆ ସରକାର ଆସିବା ପରେ କିଛି ଅଂଚଳକୁ ସ୍ୱାୟତ ଦିବସ ଅବସରରେ ଏନ୍‌ଏସି ଘୋଷଣା କରିଥିଲେ । ଜିଲାରେ ଚଣ୍ଡିଖୋଲକୁ ଏନ୍‌ଏସି ଘୋଷଣା ହୋଇଥିବା ବେଳେ ପୂର୍ବରୁ ଘୋଷିତ ହୋଇଥିବା ଜାରକାକୁ ବାଦ୍ ଦିଆ ଯାଇଛି । ଏହି କ୍ରମରେ ଜାରକାକୁ ଏନ୍‌ଏସି ଘୋଷଣା କରିବାକୁ ଧର୍ମଶାଳା ବିଜେଡି ଅଂଟା ଭିଡିଛି । ଆଜି ଜାରକାସ୍ଥିତ ପ୍ଲଏ ଓଭର ବ୍ରିଜ୍ ତଳେ ଜାରକାକୁ ଏନଏସି ମାନ୍ୟତା ଦାବି କରି ଧର୍ମଶାଳା ବ୍ଲକ ସଭାପତି ପ୍ରସନ୍ନ ରାଉତଙ୍କ ସଭାପତିତ୍ୱରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । ବ୍ରିଜ୍ ତଳେ ୪ ଘଂଟା ପାଇଁ ବିଜେଡି ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗ ଦେଇ ରାଜ୍ୟ ସରକାରଙ୍କ ଅଭିମୁଖ୍ୟକୁ କଟୁ ସମାଲୋଚନା କରିବା ସହ ଜାରକାକୁ ତା’ର ହକ୍ ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଥିଲେ । ପ୍ରାକ୍ତନ ଜିଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦୁଃଶାସନ ସାହୁ, ପ୍ରଭାତ କୁମାର ବଳବନ୍ତରାୟ, ଜିଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ପ୍ରଣତି ଲେଙ୍କା, ସୁଧାଶୁଂ ଶେଖର ସାହୁ, ଚକ୍ରଧର ବେହେରା, ବରିଷ୍ଠ ନେତା ପ୍ରିୟନାଥ ମହାପାତ୍ର, ଜିଲା ସାଧାରଣ ସମ୍ପାଦକ ଅମୀୟ କୁମାର ପରିଡା, ପୂର୍ବତନ ଜିଲା ପରିଷଦସଭ୍ୟା ମମତା ଦଣ୍ଡପାଟ, ଧର୍ମଶାଳା ଯୁବ ବିଜେଡି ସଭାପତି କ୍ଷିତିଶ ନାୟକ, ଛାତ୍ର ସଭାପତି ଜଗତାନନ୍ଦ ରାଉତ, ଜିଲା ଛାତ୍ର ସଭାପତି ସୌମ୍ୟ ପ୍ରକାଶ ବିଶ୍ୱାଳ, ସୁବ୍ରତ ଦଳ, ବିକାଶ ବେହେରା, ଅମରେନ୍ଦ୍ର ରାୟ, ଉତ୍କଳ ଦାସ ଓ ଉତମ ଦାସଙ୍କ ସମେତ ବରିଷ୍ଠ ନେତା, ଯୁବନେତା ଓ କର୍ମୀ ସାମିଲ ହୋଇ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande