ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ମହାପ୍ରସାଦ
ପ୍ରସ୍ତୁତ ପାଇଁ ଜାଳେଣିର କୌଣସି ସମସ୍ୟା ନାହିଁ | ପୂର୍ବରୁ ଏନେଇ ସୁଆର ଓ ମହାସୁଆର ନିଯୋଗ ମନ୍ଦିର ପ୍ରଶାସନକୁ ଅବଗତ
କରାଇଛନ୍ତି | ମନ୍ଦିର ପ୍ରଶାସନ ସବୁ ପ୍ରକାର ପଦକ୍ଷେପ ନେଉଛି | କୌଣସି ପ୍ରତିବନ୍ଧକ କାରଣରୁ ମହାପ୍ରଭୁଙ୍କ ସେବା ବନ୍ଦ ହେବ ନାହିଁ
କିମ୍ବା ମହାପ୍ରଭୁଙ୍କ ନୀତିକାନ୍ତି, ସେବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ
।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା