ବଳିଆପଣ୍ଡାରେ ନୂଆ ଗ୍ୟାଙ୍ଗର ଆତଙ୍କ, ଏସପିଙ୍କୁ ଗୁହାରି କଲେ ସାହିବାସିନ୍ଦା
ପୁରୀ, ୪ ସେପ୍ଟେମ୍ବର (ହି.ସ.)- ବଳିଆପଣ୍ଡା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଜାଗା ଓ ନିଶା ବେପାରୀକୁ ନେଇ ବଳିଆନ ହେଉଛି ନୂଆ ଗ୍ୟାଙ୍ଗ । ବଳିଆପଣ୍ଡା ଅଞ୍ଚଳ ବିଜୟନଗର ମଙ୍ଗଳାସାହିର ସୁନୀତା ପଟ୍ଟନାୟକ ନୂଆ ଗ୍ୟାଙ୍ଗ ଧମକଚମକ ସମ୍ପର୍କରେ ପୁରୀ ଏସପିଙ୍କୁ ଗୁହୁରି କରିଛନ୍ତି । ସେହି
ବଳିଆପଣ୍ଡାରେ ନୂଆ ଗ୍ୟାଙ୍ଗର ଆତଙ୍କ, ଏସପିଙ୍କୁ ଗୁହାରି କଲେ ସାହିବାସିନ୍ଦା


ପୁରୀ, ୪ ସେପ୍ଟେମ୍ବର (ହି.ସ.)- ବଳିଆପଣ୍ଡା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଜାଗା ଓ ନିଶା ବେପାରୀକୁ ନେଇ ବଳିଆନ ହେଉଛି ନୂଆ ଗ୍ୟାଙ୍ଗ । ବଳିଆପଣ୍ଡା ଅଞ୍ଚଳ ବିଜୟନଗର ମଙ୍ଗଳାସାହିର ସୁନୀତା ପଟ୍ଟନାୟକ ନୂଆ ଗ୍ୟାଙ୍ଗ ଧମକଚମକ ସମ୍ପର୍କରେ ପୁରୀ ଏସପିଙ୍କୁ ଗୁହୁରି କରିଛନ୍ତି । ସେହି ସାହିର କମଳଲୋଚନ ପଟ୍ଟନାୟକ (ଗୁଲା) ସୁନୀତା ଓ ତାଙ୍କ ସ୍ବାମୀଙ୍କୁ ମାରିଦେବା ପାଇଁ ଧମକ ଦେଇଛି । ଏ ସମ୍ପର୍କରେ ଯଦି ଥାନାରେ ଅଭିଯୋଗ କରିବୁ ତେବେ ତମ ମାନଙ୍କୁ ଜୀବନରେ ମାରିଦେବି ବୋଲି ଗୁଲା ଧମକ ଦେଇଛି । ତାଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ସୁନୀତା ଏସପିଙ୍କୁ ଗୁହାରି କରିଛନ୍ତି । ଗୁଲା ଗୋଷ୍ଠୀର ଯୁବକ ମାନେ ସୁନୀତାଙ୍କୁ ଧମକଚମକ ଦେଉଛନ୍ତି । ଗୁଲାର ଭଣଜା ବେଙ୍ଗ ହୋଇଥିବାରୁ ଗୁଲା ଆତଙ୍କ ଖେଳାଉଥିବା ଅଭିଯୋଗ ହୋଇଛି । ବଳିଆପଣ୍ଡା ଥାନାରେ ଏ ସମ୍ପର୍କରେ ସାହିବାସିନ୍ଦା ମାନେ ଜଣାଉଥିଲେ ମଧ୍ୟ ବେଙ୍ଗ ସହ ଜଣେ ଏଏସଆଇ ସୁସମ୍ପର୍କ ରଖି ସାହିବାସିନ୍ଦାଙ୍କୁ ଥାନାରୁ ତଡି ଦେଉଥିବା ଅଭିଯୋଗ କରିଛନ୍ତି । ସାହିରେ ଶାନ୍ତି ପ୍ରତିଷ୍ଠା ପାଇଁ ସାହିବାସିନ୍ଦା ମାନେ ଏସପିଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏସପିଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande