ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)- ରାଜଧାନୀରେ
ଆସାମ ପୋଲିସ । ଇନ୍ଫୋସିଟି ଅଞ୍ଚଳରେ ଥିବା
ସୁଭଦ୍ରା ଆପାର୍ଟମେଣ୍ଟରେ ରେଡ଼ । କମିଶନରେଟ ପୋଲିସ ସହାୟତରେ ଛାପା ମାରିଥିଲା ଆସାମ ପୋଲିସ।
ଆପାର୍ଟମେଣ୍ଟ ଭିତରେ ମୋଷ୍ଟ ୱାଣ୍ଟେଡ଼ ଅପରାଧୀ ରହୁଥିବା ନେଇ ସୂଚନା ପାଇଥିଲା ଆସାମ ପୋଲିସ । 3ଘଣ୍ଟାଧାରୀ ଘର ଲକ୍ ଭାଙ୍ଗି
ପଶିଥିଲେ ଆସାମ ପୋଲିସ | ହେଲେ ସମୀର ପଟନାୟକକୁ ପାଇଲାନି ପୋଲିସ |
ଚଢ଼ାଉ ବେଳେ କିଛି
ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ ହୋଇଛି। ରଘୁନାଥପୁର ଅଞ୍ଚଳରେ ଅଭିଯୁକ୍ତର ମାଲିକାନାରେ ଥିବା
ଏକ ବିବାହ ମଣ୍ଡପରେ ମଧ୍ୟ ରେଡ଼ ହୋଇଛି । ପୂର୍ବରୁ ସମୀର ପଟନାୟକ ଠକେଇ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲା |
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା