ମହାପ୍ରଭୁଙ୍କ ଭୂସଂପତ୍ତି ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ
ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)-ମହାପ୍ରଭୁଙ୍କ ପାଖକୁ ଫେରିବ ବାହାରେ ପଡ଼ିରହିଥିବା ସମସ୍ତ ଭୂ-ସମ୍ପତି । ମହାପ୍ରଭୁଙ୍କ ଜମି ଫେରାଇ ଆଣିବାକୁ ତ୍ୱରିତ ଗତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ବି ମହାପ୍ରଭୁଙ୍କ ଭୁସମ୍ପତ୍ତି ରହି
ମହାପ୍ରଭୁଙ୍କ ଭୂସଂପତ୍ତି     ଫେରାଇ ଆଣିବାକୁ ସରକାରଙ୍କ ପ୍ରକ୍ରିୟା ଆରମ୍ଭ


ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)-ମହାପ୍ରଭୁଙ୍କ

ପାଖକୁ ଫେରିବ ବାହାରେ ପଡ଼ିରହିଥିବା ସମସ୍ତ ଭୂ-ସମ୍ପତି । ମହାପ୍ରଭୁଙ୍କ ଜମି ଫେରାଇ ଆଣିବାକୁ

ତ୍ୱରିତ ଗତିରେ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁଠି ବି ମହାପ୍ରଭୁଙ୍କ

ଭୁସମ୍ପତ୍ତି ରହିଛି ତାହାର କାଗଜପତ୍ର ପ୍ରସ୍ତୁତ କରୁଛି ଶ୍ରୀମନ୍ଦିର ପ୍ରଶାସନ ବୋଲି ସୂଚନା

ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସମସ୍ତ ସମ୍ପତି କେମିତି ପୁଣି ଆଉ ଥରେ

ମହାପ୍ରଭୁଙ୍କ କାମରେ ବିନିଯୋଗ ହେବ ସେଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯାଉଛି । ମହାପ୍ରଭୁଙ୍କର

୫୮ ହଜାର ଏକର ଜମି ରାଜ୍ୟ ଓ ରାଜ୍ୟ ବାହାରେ ରହିଛି । ସେଥି ମଧ୍ୟରୁ ୩୬ ରୁ ୩୭ ହଜାର ଏକରର

କାଗଜ ପତ୍ର ପ୍ରସ୍ତୁତ କରିସାରିଛୁ । ବାକି ଜମି ଗୁଡ଼ିକର କାଗଜ ପତ୍ର ପ୍ରସ୍ତୁତ କରିବାର

ପ୍ରକ୍ରିୟା ମଧ୍ୟ ଜାରି ରହିଛି । ସରକାର ବହୁତ ତ୍ୱରିତ ଗତିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି

। ମହାପ୍ରଭୁଙ୍କର ଭୁସମ୍ପତି ଯେଉଁଠି ଯାହା ରହିଛି ତାହାର ଠିକ ଆକଳନ କରିବା ପାଇଁ ସରକାର

କାର୍ଯ୍ୟ କରୁଛନ୍ତି । ପୁରୀ ସହର ଠୁ ନେଇ ରାଜ୍ୟ ଓ ରାଜ୍ୟ ବାହାରେ ଯେଉଁ ସମ୍ପତି

ମହାପ୍ରଭୁଙ୍କର ରହିଛି ସେ ସମସ୍ତ ସମ୍ପତି କେମିତି ପୁଣି ଆଉ ଥରେ ମହାପ୍ରଭୁଙ୍କ କାମରେ ବିନିଯୋଗ

ହେବ ସେଥିପାଇଁ ଯାହା ଯାହା ଆବଶ୍ୟକ ତାହା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande