ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)
- ଶ୍ରୀମନ୍ଦିର
ଭିତରକୁ ଗଳାବାଟ ଦେଇ ପ୍ରବେଶ ପ୍ରସଙ୍ଗ | ଏହାକୁ ସରକାର କଠୋରତାର ସହିତ ବିଚାର କରୁଥିବା ସୂଚନା ଦେଇଛନ୍ତି ଆଇନ
ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ | ଏଭଳି ଘଟଣା ଆମ କାନକୁ ଆସିଛି | ମନ୍ଦିର ପ୍ରଶାସନ ସେ ବାବଦରେ ଅବଗତ ରହିଛି | କଠୋରତାର ସହିତ
ପଦକ୍ଷେପ ଦିଆଯିବ | ଚୋରାରେ ମନ୍ଦିର ଭିତରେ ଫୋଟୋ ଉତ୍ତୋଳନକୁ ମଧ୍ୟ କଠୋରତାର ସହିତ ବିଚାର କରାଯାଉଛି | ଏ ବାବଦରେ ମଧ୍ୟ
ଦଣ୍ଡବିଧାନକୁ ଆହୁରି କଠୋର କରିବାକୁ ଚିନ୍ତା କରାଯାଉଛି | ସେବା ଏବଂ ପୂଜାରେ ବେନିୟମ କଲେ, ଶ୍ରୀ ମନ୍ଦିର ନୀତିକୁ ଭକ୍ତମାନେ ମାନିବାକୁ ଆବଶ୍ୟକ ଅଛି | ଏସବୁର ବ୍ୟତିକ୍ରମ
ହେଲେ କଠୋର ଦଣ୍ଡବିଧାନ କରାଯିବ | ଏଥିପାଇଁ ଆକ୍ଟରେ ପରିବର୍ତନ ଦରକାର ପଡିଲେ କରାଯିବ | ସେବାୟତମାନେ
ସେବାରେ ଅବହେଳା କଲେ ଏବଂ ଭକ୍ତମାନେ ଚଞ୍ଚକତା କଲେ, କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ | ଆକ୍ଟ ଏବଂ ରୁଲରେ
ଯାହା ଯାହା ପରିବର୍ତ୍ତନ କରିବା କଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା