ଗଞାମ, ୪ ସେପ୍ଟେମ୍ବର (ହି.ସ.)- ଦିଗପହଣ୍ଡି ନିକଟସ୍ଥ ଗୋକର୍ଣପୁର ସେବା ସମବାୟ ସମିତି ସମ୍ମୁଖରେ ଆଜି ଅଭାବନୀୟ ଘଟଣା ଘଟିଛି। ସକାଳେ ହଜାର ହଜାର ପୁରୁଷ ଓ ମହିଳା ଚାଷୀ ସାର ନେଵା ପାଇଁ ରୁଣ୍ଡ ହୋଇ ଘଣ୍ଟା ଘଣ୍ଟା ଠିଆହୋଇ ଠେଲାପେଲାରେ ବହୁମହିଳା ମୂର୍ଚ୍ଛିତ ହୋଇପଡିଥିଲେ। ପରେ ପୁଲିସ ଓ ଦିଗପହଣ୍ଡି ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ