ଭୁବନେଶ୍ୱର, 4 ସେପ୍ଟେମ୍ବର (ହି.ସ.)
- ଭତ୍ତା ପାଇଁ
ଆବେଦନ କରିଥିବା ବୃଦ୍ଧ ବୃଦ୍ଧା ନିଜର ଭୋଟର କାର୍ଡ ଜାଲିଆତି କରି ବୟସ ବଢ଼ାଇ କରୁଛନ୍ତି ଆବେଦନ
। 3500 ଟଙ୍କା ସାମାଜିକ ସୁରକ୍ଷା ପେନସନ ପାଇବା ଆଶାରେ ବଢ଼ାଉଛନ୍ତି ବୟସ । ସାମାଜିକ
ସୁରକ୍ଷା ପେନସନ ପାଇଁ ଆବେଦନ କରୁଥିବା ଅନେକ ନୂତନ ଆବେଦନକାରୀ ସେମାନଙ୍କ ଜନ୍ମ ତାରିଖ
ପରିବର୍ତ୍ତନ କରି ଭୋଟର ପରିଚୟପତ୍ର ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ଭୋଟର କାର୍ଡ ଯାଞ୍ଚ
ପାଇଁ ଜିଲ୍ଲପାଳ ମାନଙ୍କୁ ବିଭାଗ ତରଫରୁ ନିର୍ଦେଶ ଦିଆଯାଇଛି । 80% ଅକ୍ଷମତା କିମ୍ବା
ତଦୁର୍ଦ୍ଧ୍ୱ ଏବଂ 80 ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କ ପାଇଁ ସାମାଜିକ ସୁରକ୍ଷା ପେନସନ ପରିମାଣ 3500 ଟଙ୍କାକୁ ବୃଦ୍ଧି
କରାଯିବା ଏବଂ ଏନଏସଏପିଏବଂ ଏମବିପିୱାଇଉଭୟରେ ସର୍ବନିମ୍ନ ସାମାଜିକ ସୁରକ୍ଷା ପେନସନ ପରିମାଣ 1000 ଟଙ୍କାକୁ ବୃଦ୍ଧି
କରାଯିବା ପରେ, ଏପରି ସୁବିଧା ପାଇବା ପାଇଁ ଚାହିଦା ବୃଦ୍ଧି ପାଇଛି । ଅଯୋଗ୍ୟ ଆବେଦନକାରୀଙ୍କୁ ଏପରି
ପେନସନ ବଣ୍ଟନକୁ ରୋକିବା ପାଇଁ ନିର୍ଦ୍ଧେଶ । ଭୋଟର
ପରିଚୟପତ୍ରରେ ସେମାନଙ୍କ ବୟସ ସଂଶୋଧନ କରାଯାଇଛି କି ନାହିଁ ଯାଞ୍ଚ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା