ପୁରୀ, ୫ ସେପ୍ଟେମ୍ବର (ହି.ସ.)- ବାସେଳି ସାହି ଥାନା ଅନ୍ତର୍ଗତ ମିଶ୍ର ସାହିରେ ସରୋଜ ସାହୁଙ୍କ ଭେରାଇଟି ଷ୍ଟୋରରୁ ଦାଦାବଟି ମାଗିବା ଅଭିଯୋଗରେ ବାସେଳୀ ସାହି ଥାନା ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଏ ସଂପର୍କରେ ଥାନାରେ ୧୭୨/୨୫ରେ ମାମାଲା ରୁଜୁ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଲକ୍ଷ୍ମୀନିବାସ ମହାନ୍ତି । ଡାକ ନାମ ଜିନୁ ଓ ଗୁଡ ।
ଗୁରୁବାର ଦିନ ୧୨ଟାରେ ଦୋକାନରେ ପଶି ଦାଦାବଟି ମାଗିବା ସହ ୩ଶହ ଟଙ୍କା ଛଡାଇ ନେଇଥିଲା । ଏ ସଂପର୍କରେ ଦୋକାନି ସରୋଜ ବାସେଳୀ ସାହି ଥାନାରେ ଜଣାଇବାରେ ପୋଲିସ ଅଭିଯୁକ୍ତ ଠାରୁ କଟୁରି ଜବତ କରିବା ସହ ଗିରଫ କରିଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ