ବିଭିନ୍ନ ସ୍ଥାନରେ ଏବିଭିପି ସଂଗଠନ ଗଠିତ
ଚମ୍ପୁଆ, ୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଚମ୍ପୁଆ ଉପଖଣ୍ଡସ୍ଥ ବଡ଼ବିଲ ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ କ୍ୟାମ୍ପସ୍ ୟୁନିଟ୍ ର ସଭାପତି ଭାବେ ପ୍ରତୀକ ସିନ୍‌ହା ତଥା ଉପସଭାପତି ଭାବେ ଏମ୍ ଡି ସାହିଲ ଓ ଭୁବନେଶ୍ୱରୀ ମହ
ବିଭିନ୍ନ ସ୍ଥାନରେ ଏବିଭିପି ସଂଗଠନ ଗଠିତ


ଚମ୍ପୁଆ, ୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଚମ୍ପୁଆ ଉପଖଣ୍ଡସ୍ଥ ବଡ଼ବିଲ ମହାବିଦ୍ୟାଳୟରେ କ୍ୟାମ୍ପସ୍ ୟୁନିଟ୍ ୨୦୨୫-୨୬ ଗଠନ କରାଯାଇଅଛି। ଏଥିରେ କ୍ୟାମ୍ପସ୍ ୟୁନିଟ୍ ର ସଭାପତି ଭାବେ ପ୍ରତୀକ ସିନ୍‌ହା ତଥା ଉପସଭାପତି ଭାବେ ଏମ୍ ଡି ସାହିଲ ଓ ଭୁବନେଶ୍ୱରୀ ମହାନ୍ତଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି । କ୍ୟାମ୍ପସ୍ ୟୁନିଟ୍ ସମ୍ପାଦକ ଭାବରେ କାଜଲ ସାହୁଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଅଛି । କ୍ୟାମ୍ପସ୍ ପ୍ରମୁଖ ଭାବରେ ଅମିତ, କ୍ୟାମ୍ପସ ପ୍ରମୁଖ ଭାବେ ଅମନ, କ୍ୟାମ୍ପସ ପ୍ରମୁଖ ଭାବେ ରାହୁଲ, କ୍ୟାମ୍ପସ ସ୍ପୋର୍ଟସ ସଂଯୋଜକ ଖିତିଶ କୁମାର ସାମଲ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା କେନ୍ଦୁଝର ଜିଲ୍ଲା ସଂଯୋଜକ ସ୍ୱରାଜ କେତନ ମହାନ୍ତ ଏବଂ ଜିଲ୍ଲା ସଂଯୋଜକ ବିକାଶ ବାରିକ ତଥା ସୁଧାଂଶୁ ବାରିକ ଏବଂ ଅନ୍ୟ ପ୍ରମୁଖ କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande