ଜିଲ୍ଲା ପ୍ରଶାସନ ଦ୍ୱାରା “ଆଦି କର୍ମଯୋଗୀ ଅଭିଯାନ’’ର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା
ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିର ଠାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା “ଆଦି କର୍ମଯୋଗୀ ଅଭିଯାନ’’ର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ
ଜିଲ୍ଲା ପ୍ରଶାସନ ଦ୍ୱାରା “ଆଦି କର୍ମଯୋଗୀ ଅଭିଯାନ’’ର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା


ଜିଲ୍ଲା ପ୍ରଶାସନ ଦ୍ୱାରା “ଆଦି କର୍ମଯୋଗୀ ଅଭିଯାନ’’ର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା


ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିର ଠାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରାଳୟ ଓ ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଜିଲ୍ଲା ପ୍ରଶାସନ ଦ୍ୱାରା “ଆଦି କର୍ମଯୋଗୀ ଅଭିଯାନ’’ର ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ କର୍ମଶାଳା ସେପ୍ଟେମ୍ବର ୪ ତାରିଖରେ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ଏକ ତିନିଦିନିଆ କର୍ମଶାଳାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ପବିତ୍ର ବେହେରା ଉଦ୍‌ଘାଟନ କରିଥିଲେ । ଜିଲ୍ଲାର ୨୫୮ଟି ଜନଜାତି ବହୁଳ ଗ୍ରାମ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଏବଂ ୭ଟି ପ୍ରମୁଖ ବିଭାଗ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଗଣଶିକ୍ଷା, ମହିଳା ଓ ଶିଶୁବିକାଶ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୭୬ ଜଣ ଅଧିକାରୀ ବା ଆଦି କର୍ମଯୋଗୀ ମାନେ ପ୍ରଶିକ୍ଷଣ ଶିବିରରେ ପ୍ରଶିକ୍ଷଣ ନେଉଛନ୍ତି ।

ଗ୍ରାମୀଣ ଜନଭାଗି ଦ୍ୱାରା ଜନଜାତି ବହୁଳ ଗ୍ରାମ ଗୁଡିକରେ ଏହି ଯୋଜନା ମାଧ୍ୟମରେ ସମୂହ ବିକାଶ କରାଯିବ । ନିର୍ବାହି ଅଧିକାରୀ-ତଥା-ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ବଲାଙ୍ଗିର ତରଣୀ ସୁନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ, ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରତାପ ଚନ୍ଦ୍ର ମହାନ୍ତି, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତୁରେକେଲା, ପୂର୍ଣଚନ୍ଦ୍ର ପଟେଲ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଡଭେଲା, ରାମଦତ୍ତ ଭୋଇ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ, ଆନନ୍ଦ ମିଶ୍ର, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ଵାଳ, ଗୋଷ୍ଠୀ ଶିକ୍ଷା ଅଧିକାରୀ, ମୁରିବାହାଲ, ଶାନ୍ତନୁ କୁମାର ପଢ଼ିହାରୀ, ପାନୀୟ ଜଳ ବିଭାଗର ସହକାରୀ ଯନ୍ତ୍ରୀ ଖଗେନ୍ଦ୍ର ବାରିକ, ସମାଜିକ କଲ୍ୟାଣ ଅଧିକାରୀ ଶ୍ରୀମତୀ ଏସ୍. ଗୀତା ଏହି ପ୍ରଶିକ୍ଷଣ ଶିବିରରେ ତାଲିମ ପ୍ରଦାନ କରୁଛନ୍ତି । ଏହି ଶିବିରରେ ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରୁଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande