ଭୁବନେଶ୍ୱର, ୦୫ ସେପ୍ଟେମ୍ବର (ହି.ସ)- ସରକାରୀ ଅଫିସରେ ବିଏସଏନଏଲ ନେଟୱାର୍କ ବ୍ୟବହାର ବାଧ୍ୟତାମୂଳକ ହେବ। ଏନେଇ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ସବୁ ବିଭାଗକୁ ଆଇଟି ଓ ଇଲେକ୍ଟ୍ରୋନିକ୍ସ ବିଭାଗ ଚିଠି ଲେଖିଛି। ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସଏନଏଲ ଇଂଟରନେଟ ବ୍ୟବହାର ହେବ। ଏଥିସହ ବିଏସଏନଏଲ ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ ଓ ଲିଜ ଲାଇନ ବ୍ୟବହାର ହେବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ନିର୍ଦ୍ଦେଶାବଳୀ ଜାରିକଲା ସମବାୟ ବିଭାଗ। ରାଜ୍ୟର ସମସ୍ତ ଡିଆରସିଏସ୍, ଏଆରସିଏସ୍ ଙ୍କୁ ସମବାୟ ନିର୍ଦ୍ଦେଶକ ଚିଠି ଲେଖିଛନ୍ତି।
ଏନେଇ ଆସନ୍ତା ୩୦ ସେପ୍ଟେମ୍ବର ୨୦୨୫ ସୁଦ୍ଧା ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା