ବଡପଡା ଲ୍ୟାମ୍ପ ତରଫରୁ ଚାଷୀଙ୍କୁ ପାୱାରଟିଲର ପ୍ରଦାନ
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବଡପଡା ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ୬ ଜଣ କୃଷକଙ୍କୁ ଏକକାଳୀନ ଭାବେ ୬ ଗୋଟି ପାୱ।ରଟିଲର ଆଜି ଯୋଗାଇ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ଲ୍ୟାମ୍
ବଡପଡା ଲ୍ୟାମ୍ପ ତରଫରୁ ଚାଷୀଙ୍କୁ ପାୱାରଟିଲର ପ୍ରଦାନ


ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ବଡପଡା ପ୍ରାଥମିକ କୃଷି ସମବାୟ ସମିତି ତରଫରୁ ୬ ଜଣ କୃଷକଙ୍କୁ ଏକକାଳୀନ ଭାବେ ୬ ଗୋଟି ପାୱ।ରଟିଲର ଆଜି ଯୋଗାଇ ଦିଆଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଡୁମୁଲୁଗୁମ୍ମା ଲ୍ୟାମ୍ପ୍ସ ର ସଭାପତି ଗୋପୀ ପାଙ୍ଗୀ, ପରିଚାଳନା ପରିଷଦର ସଭ୍ୟ ହରି ମାଢୀ , ସର୍ବେଶ୍ ନାଲି, ତ୍ରିନାଥ ଫୁଲା, ପାପରମେଟଲା ନାଏବ ସରପଞ୍ଚ ମନୀ ପାଙ୍ଗୀ, ବଡପଡା ଲ୍ୟାମ୍ପ ଶାଖା ପରିଚାଳକ ସାଧୁ ରାମ ଖିଲ, ଯୋଡାମ୍ବ ଶାଖା ପରିଚାଳକ ସଞିତ୍ ଖରା,ପଣସପୁଟ ଶାଖା ପରିଚାଳକ ମଧୁ ପାଞ୍ଚିଆ ଓ ରାଲେଗଡା ଶାଖା ପରିଚାଳକ ଚନ୍ଦ୍ରସେନ ଗାଲେଲ୍ ଙ୍କ ଉପସ୍ଥିତିରେ ସ୍ୱାଭୀମାନ ଅଞ୍ଚଳର, ବଡପଡା ଲ୍ୟାମ୍ପ୍ସ ଅନ୍ତର୍ଗତ ପାପରମେଟଲା ପଞ୍ଚାୟତ ର ଛଅ ଜଣ ଚାଷୀ ଯଥା:- ମଦନ ଖେମୁଡୁ,ତୁମ୍ବନାଥ ଖିଲ, ତୈଳ ତଲାବ,କାମଟି ସିନ୍ଦେରୀ, ଲଛମନ ଖରା ଓ ହର ଖେମୁଡୁଙ୍କୁ ପ୍ରଦାନ କରାଯାଇଥିଲା । ସମବାୟ ବିଭାଗ ତରଫରୁ ସ୍ୱାଭିମାନ ଅଞ୍ଚଳରେ ବସବାସ କରୁଥିବା କୃଷକ ମାନଙ୍କୁ କୃଷି ଯନ୍ତ୍ରପାତି ପ୍ରଦାନ କରିବା ଭୈଗଳିକ ଓ ସାମାଜିକ ଦୃଷ୍ଟିକୋଣରୁ ଏକ ଯୁଗାନ୍ତକାରୀ ପଦକ୍ଷେପ, ଯେହେତୁ ଉକ୍ତ ଅଞ୍ଚଳରେ କୃଷି କାର୍ଯ୍ୟ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଲୋକେ ପାରମ୍ପରିକ କୃଷି ଉପରେ ନିର୍ଭରଶୀଳ, ଯେଉଁଥିପାଇଁ ସମୟ ର ସଠିକ ବିନିଯୋଗ ହେଉନଥିବା ବେଳେ ପରିଶ୍ରମ ର ସଠିକ ସୁଫଳତା ମିଳୁନଥିବାରୁ ,ଏଭଳି କୃଷି ଯନ୍ତ୍ରପାତି ମାଧ୍ୟମରେ ଚାଷକାର୍ଯ୍ୟ ତ୍ୱରାନ୍ୱିତ କରାଗଲେ ନିଶ୍ଚିତ ଭାବେ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ସହିତ ସେମାନଙ୍କୁ ଜଣେ ଜଣେ ଅଗ୍ରଣୀ ସ୍ୱାବଲମ୍ବୀ କୃଷକ ଭାବରେ ପରିଚୟ ସୃଷ୍ଟି କରିବ ବୋଲି ଲ୍ୟାମ୍ପ ସଭାପତି ଶ୍ରୀ ପାଙ୍ଗୀ ପ୍ରକାଶ କରିଛନ୍ତି ।

ଏଭଳି କାର୍ଯ୍ୟକ୍ରମକୁ ଅଞ୍ଚଳ ବାସିନ୍ଦା ସ୍ୱାଗତ କରିବା ସହ ଆଗାମୀ ଦିନରେ ଆହୁରି ଅଧିକ ଚାଷୀଙ୍କୁ ଋଣ ମାଧ୍ୟମରେ କୃଷି ଯନ୍ତ୍ରପାତି ଉପକରଣ ପ୍ରଦାନ ନିମନ୍ତେ ଅନୁରୋଧ କରିଛନ୍ତିି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande