ଚମ୍ପୁଆ, ୫ ସେପ୍ଟେମ୍ବର (ହି.ସ.) - ଚମ୍ପୁଆରେ ବସବାସ କରୁଥିବା ଛାତ୍ରୀ ସ୍ୱପ୍ନା ପ୍ରଧାନ ୬୫ ତମ ର୍ୟାଙ୍କ ରଖି ଏହି କୃତିତ୍ୱ ହାସଲ କରିଛନ୍ତି । ସେ ଖଇରପାଳ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତିଶ ପ୍ରଧାନଙ୍କ ଝିଅ ଓ ମାତା ରୁକମଣୀ ପ୍ରଧାନ ବିଡିଏନପୁର ଶାସନର ପ୍ରଧାନ ଶିକ୍ଷୟିତ୍ରୀ ଅଟନ୍ତି । ସେ ଏହି କୃତିତ୍ୱ ଦ୍ୱାରା ଚମ୍ପୁଆର ଗୌରବ ବୃଦ୍ଧି କରିଛନ୍ତି । ସେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଧ୍ୟୟନ କରି ପରେ ବିଟେକ୍ ଓ ଏମଟେକ୍ ଭୁବନେଶ୍ୱର ଠାରେ ଅଧ୍ୟୟନ କରି ଚମ୍ପୁଆ ଅଂଚଳର ସୁନାମ ବୃଦ୍ଧି କରିଛନ୍ତି । ଖାଲି ସେତିକି ନୁହଁ ସେ ଓଡିଶାରେ ମଧ୍ୟ ଏହି ପରୀକ୍ଷା ପ୍ରଦାନ କରିଛନ୍ତି । ମାତ୍ର ତାର ଫଳାଫଳ ଆସିନଥିବା ସୂଚନା ମିଳିଛି । ଏହି କୃତିତ୍ୱ ପାଇଁ ତାଙ୍କର ପିତାମାତା, ଶିକ୍ଷକ ଶିକ୍ଷୟତ୍ରୀ ଆଦିଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / Trinath Mahanta