ଗଞ୍ଜାମ, ୫ ସେପ୍ଟେମ୍ବର (ହି.ସ.)- ସୋରଡା ଥାନା ଅନ୍ତର୍ଗତ ଲାଠପଡା ଗାଁ ପାହାଡ଼ ଜଂଗଲ ରୁ ପୁଲିସ୍ ଆଜି ଜଣେ ଯୁବକର ମୃତଦେହ ଜବତ କରିଛି। ଯୁବକକୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଶବ ବ୍ଯବଛେଦ ପାଇଁ ଡାକ୍ତରଖାନାକୁ ପଠାଇ ଘଟଣାର ତଦନ୍ତ କରୁଛି । କିଛିଦିନ ହେଲା ଯୁବକ ଜଣକ ଘରୁ ନିଖୋଜ ହୋଇଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ