ଜୟପୁର, ୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜିଲ୍ଲା ଜୟପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ଗୁରୁ ଦିବସ ଏବଂ ସ୍ଥାନୀୟ ସ୍ବାଧନତା ସଂଗ୍ରାମୀ ତଥା ଆଜାଦ ହିନ୍ଦ୍ ଫୌଜର ଯବାନ ସ୍ବର୍ଗତ ଗଦାଧର ମହାପାତ୍ରଙ୍କ ଉପରେ ଲିଖିତ ପୁସ୍ତକ ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଟସ୍ଏବଂ ଇଣଟେକ୍ ପକ୍ଷରୁ ମିଳିତ ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୋଟସର ଆବାହକ ଡ. ପ୍ରଫୁଲ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ଏବଂ ସମ୍ମାନୀତ ଅତିଥି ଭାବେ, ସମ୍ମାନୀୟ ଅତିଥି ଭାବେ ବିକ୍ରମଦେବ ବିଶ୍ବବିଦ୍ୟାଳୟର କୁଳ ସଚିବ ମହେଶ୍ବର ଚନ୍ଦ୍ର ନାୟକ, ଗବେଷକ ଡ.ପରେଶ ରଥ ମଞ୍ଚାସୀନ ରହିଥିଲେ । ଏହି ଅବସରରେ ଶିକ୍ଷାବିତ୍ ତଥା ବିଶିଷ୍ଟ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ପାତ୍ର, ସୁବାଶ ଚନ୍ଦ୍ର ମିଶ୍ର, ଅରଣାଚଳ ପ୍ରଦେଶର ବିଶ୍ବବିଦ୍ୟାଳୟର ପ୍ରଫେସର ମାଗୁଣି ଚରଣ ବେହେରା, ଗଣେଷ ଚନ୍ଦ୍ର ମହାପାତ୍ର, ଗୌରୀ ପ୍ରସାଦ ରଥ, ନାରାୟଣ ଶଗର, ନରସିଂହ ପାଣିଗ୍ରାହୀ, ସୁରେନ୍ଦ୍ର ପଟନାୟକ, ପ୍ରକାଶ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ମିଶ୍ର, ପ୍ରକାଶ ମହାନନ୍ଦିଆ, କୃଷ୍ଣଚନ୍ଦ୍ର ନିଶଙ୍କ ପ୍ରମୁଖଙ୍କୁ ସମ୍ମାନପତ୍ର, ଉତ୍ତୋରୀୟ ଏବଂ ସ୍ମାରକୀ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏହାପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ବର୍ଗତ ସ୍ବାଧିନତା ସଂଗ୍ରାମୀ ସ୍ବର୍ଗତ ଗଦାଧର ମହାପାତ୍ର ନେତାଜୀ ସୁବାଶ ଚନ୍ଦ୍ର ବୋଷଙ୍କ ଦ୍ବାରା ଭାରତ ସ୍ବାଧିନ ପାଇଁ ଗଠିତ ଭାରତୀୟ ଜାତୀୟ ଆର୍ମି (ଆଇଏନଏ)ରେ ଯୋଗଦାନ ଦେଇ ଦେଶକୁ ଇଂରେଜ ଶାସନରୁ ମୁକ୍ତି କରିବା ପାଇଁ ଯୁଦ୍ଧ କରିଥିଲେ । ଭାରତ ସ୍ବାଧିନ ପରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟ କରିଥିଲେ ପ୍ରଭୃତି ଘଟଣା ଏବଂ ଜୀବନୀକୁ ନେଇ ଲେଖକ ଡ. ପରେଶ ରଥ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି ।
ଏହି କାର୍ଯ୍ୟକ୍ରମର ମଞ୍ଚ ପରିଚାଳନାରେ ଆକାଶବାଣୀ କେନ୍ଦ୍ର ଅସ୍ଥାୟୀ ଭାଷ୍ୟକାର ବିଜୟଲକ୍ଷ୍ମୀ ପାଣିଗ୍ରାହୀ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି