କେନ୍ଦୁଝର, 5 ସେପ୍ଟେମ୍ବର (ହି.ସ.)
ଆଜି ପବିତ୍ର ଗୁରୁ ଦିବସ ଉପଲକ୍ଷେ କେନ୍ଦୁଝରସ୍ଥିତ ବେଦ ବିଦ୍ୟାଳୟ ପରିସରରେ ଉତ୍କଳ ବ୍ରାହ୍ମଣ ପୂଜକ ସଙ୍ଘର ଚତୁର୍ଥ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ତେଲକୋଇ ବିଧାୟକ ଡ଼ ଫକିର ଚନ୍ଦ୍ର ନାୟକ,ପାଟଣା ବିଧାୟକ ଅଖିଳ ନାଏକମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସଂଘ ପକ୍ଷରୁ ବ୍ରାହ୍ମଣ ନାମକ ଏକ ବହିକୁ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ଜିଲ୍ଲାର ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA