ପିତ୍ତଳ ସବ୍ ସେଣ୍ଟର ଜନ ଆରୋଗ୍ୟ ସମିତିରେ ପରିଣତ
ଗଞାମ, ୫ ସେପ୍ଟେମ୍ବର (ହି.ସ.)- ପିତ୍ତଳ ନୂତନ ପିଏଚସିରେ ଆଜି ସରପଞ୍ଚ ରାମରାଘବ ପାତ୍ରଙ୍କ ଅଧ୍ଧକ୍ଷତାରେ ଜନଆରୋଗ୍ଯ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମିତିସଭ୍ଯ ଜନାର୍ଦନ ପାତ୍ର, ଡାକ୍ତର ମାନସ ରଂଜନ ବିଷୋଇ, ଓଡାକ୍ତର ହୃଷୀକେଶ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ମହି
Pitala saba sanetra janyarga


ଗଞାମ, ୫ ସେପ୍ଟେମ୍ବର (ହି.ସ.)- ପିତ୍ତଳ ନୂତନ ପିଏଚସିରେ ଆଜି ସରପଞ୍ଚ ରାମରାଘବ ପାତ୍ରଙ୍କ ଅଧ୍ଧକ୍ଷତାରେ ଜନଆରୋଗ୍ଯ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମିତିସଭ୍ଯ ଜନାର୍ଦନ ପାତ୍ର, ଡାକ୍ତର ମାନସ ରଂଜନ ବିଷୋଇ, ଓଡାକ୍ତର ହୃଷୀକେଶ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ମହିଳା ସ୍ୱାସ୍ଥ୍ୟ କର୍ମୀ ସରିତାପଣ୍ଡା ସ୍ୱାଗତ ଭାଷଣ ଦେଇ ପିତ୍ତଳ ସବସଣ୍ଟରକୁ ଜନଆରୋଗ୍ଯ ସମିତିରେ ପରିଣତ ହୋଇଛି ବୋଲି ଘୋଷଣା କରିଥିଲେ ।ଏହାଦ୍ୱାରାଏହିଅଂଚଳର ଜନସାଧାରଣଙ୍କ ବିଶେଷ କରିଗର୍ଭବତୀ, ପ୍ରସୂତି ଓ ଶିଶୁମାନେ ବହୁବିଧ ସ୍ୱାସ୍ଥ୍ୟ ସେବା ପାଇବେ ବୋଲି ସୂଚନା ଦେଇଥିଲେ। ରଂଜିତା ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ବହୁ ଅଂଗନବାଡିକର୍ମୀ, ଆଶା, ୱାର୍ଡ ସଭ୍ୟା ଓ ଜନସାଧାରଣ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande