ଚମ୍ପୁଆ ଏନଏସି ରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା
ଚମ୍ପୁଆ, ୫ ସେପ୍େଟମ୍ବର (ହି.ସ.) ଚମ୍ପୁଆ ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ଅତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ଅନୁସାରେ, ଚମ୍ପୁଆ ଏନ ଏ ସି ଅନ୍ତର୍ଗତ ଚନ୍ଦ୍ରଶେଖରପୁର (ନୂଆଗାଁ )ରେ ଦୀର୍ଘ ଦିନରୁ ଡ୍ରେନ ସଫେଇ ହୋ
ଚମ୍ପୁଆ ଏନଏସି ରେ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା


ଚମ୍ପୁଆ, ୫ ସେପ୍େଟମ୍ବର (ହି.ସ.) ଚମ୍ପୁଆ ଏନଏସି ରେ ଡ୍ରେନେଜ ବ୍ୟବସ୍ଥା ଅତି ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ଖବର ଅନୁସାରେ, ଚମ୍ପୁଆ ଏନ ଏ ସି ଅନ୍ତର୍ଗତ ଚନ୍ଦ୍ରଶେଖରପୁର (ନୂଆଗାଁ )ରେ ଦୀର୍ଘ ଦିନରୁ ଡ୍ରେନ ସଫେଇ ହୋଇ ନ ଥିବାରୁ ଡ୍ରେନ ଜାମ ହୋଇ ପାଣି ଯିବା ବନ୍ଦ ହୋଇ ଯାଇଛି। ଫଳରେ ବର୍ଷା ପାଣି ଜମା ହୋଇ କୃତ୍ରିମ ପୋଖରୀରରେ ପରିଣତ ହୋଇଛି। ନିକଟରେ ଥିବା ଘର ଗୁଡିକ ଦୀର୍ଘ ଦିନ ଧରି ଲଗାଣ ବର୍ଷାରେ ଏକ ପ୍ରକାର ଜଳ ବନ୍ଦୀ ଅବସ୍ଥାରେ ରହିଥିବା ବେଳେ ଘର କାନ୍ଥ ପଡି ଧନ ଜୀବନ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି। କାଦୁଅ ପଚ ପଚ ରେ ଘରୁ ବାହାରିବାକୁ ମଧ୍ୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତା ସହିତ ଘର ବାହାର ଚାରି ଆଡ଼େ ମାସ ମାସ ଧରି ମଇଳା ପାଣି ଜମା ହୋଇ ରହିବା ଦ୍ୱାରା ଦିନକୁ ଦିନ ମଶା, ମାଛି ଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ବିଭିନ୍ନ ମହାମାରୀ ରୋଗ ସୃଷ୍ଟି ହେବା ଆଶଙ୍କା କୁ ମଧ୍ୟ ଏଡାଇ ଦିଆ ଯାଇ ନ ପାରେ । ଯାହାକୁ ନେଇ ଗ୍ରାମରେ ଅସନ୍ତୋଷ ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ତେଣୁ ବିଭାଗୀୟ ଅଧିକାରୀ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ଯଥାଶୀଘ୍ର ଡ୍ରେନ ସଫା କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande