ଫୁଲବାଣୀରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ପାଳନ ଅବସରରେ ଅନେକ ଶିକ୍ଷକ ସମ୍ବର୍ଦ୍ଧିତ
District Level Guru Diwash celibated in Phulbani
ଫୋଟ


ଫୋଟ ୨


କନ୍ଧମାଳ, ୫ ସେପ୍ଟେମ୍ବର (ହି.ସ.)- ଫୁଲବାଣୀ ସ୍ଥିତ ଜିଲ୍ଲା ପରିଷଦର ସଭାଗୃହରେ ଆଜି କନ୍ଧମାଳ ଜିଲ୍ଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଆୟୋଜିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କହିଥିଲେ ଯେ, ଶିକ୍ଷା ହେଉଛି ସମାଜର ମେରୁଦଣ୍ଡ । ଯେଉଁ ଦେଶ ଯେତେ ଶିକ୍ଷିତ ସେ ଦେଶ ସେତେ ବିକଶିତ । ଏଥିପାଇଁ ଗୁରୁମାନଙ୍କର ଭୂମିକା ଗୁରୁତ୍ବପୁର୍ଣ । ଯେଉଁମାନେ ଗୁରୁମାନଙ୍କ ଭୂମିକା ତୁଲାଉଛନ୍ତି ସେହି ଭୂମିକାକୁ ସମର୍ପିତ ଓ କର୍ତ୍ତବ୍ୟନିଷ୍ଠ ଭାବେ ସମ୍ପାଦନ କରି ସମାଜରେ ଭଲ ଛାତ୍ରଛାତ୍ରୀ ବା ଭଲ ମଣିଷ ନିର୍ମାଣ କରିବା ପାଇଁ ଅନୁରୋଧ କରିଥିଲେ । ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଅଧ୍ୟକ୍ଷା, ଜିଲ୍ଲା ପରିଷଦ, କନ୍ଧମାଳ ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ କୁଶଳ ଚନ୍ଦ୍ର ନାଏକ, ସାଂସଦ, କନ୍ଧମାଳଙ୍କ ପ୍ରତିନିଧି ଦୂର୍ଗା ଚରଣ ଆଚାର୍ୟ ଯୋଗଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ରାଜେଶ କୁମାର ସ୍ଵାଇଁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଗୁରୁତ୍ୱ ଏବଂ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଚ୍ଚ ମାଧ୍ୟମିକ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର, ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପ୍ରାଥମିକ ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ଓ ଦୁଇ ଜଣ ଶିକ୍ଷକଙ୍କୁ ସି.ଆର୍.ସି .ସି ମୁଖ୍ୟ ମନ୍ତ୍ରୀ ଶିକ୍ଷା ପୁରସ୍କାର ସହିତ ମାନପତ୍ର ଓ ପୁରସ୍କାରରାଶି ଅତିଥିମାନଙ୍କ ଦ୍ବାରା ପ୍ରଦାନ କରାଯାଇଥିଲା । ଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ମାନସ ରଞ୍ଜନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଣୟ କୁମାର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତି ନିରୁପମା ଦୋରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସିମାଞ୍ଚଳ ସ୍ଵାଇଁ, ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଜିଲ୍ଲା ଶିକ୍ଷା ବିଭାଗର କର୍ମକର୍ତ୍ତା ଓ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande