ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ
ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି l ଆଜିକାର ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା
ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ,2025 ଅନୁଷ୍ଠିତ


ଜିଲ୍ଲାସ୍ତରୀୟ ଗୁରୁଦିବସ ଉତ୍ସବ ଓ  ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମ୍ବର୍ଦ୍ଧନା ସମାରୋହ ,2025 ଅନୁଷ୍ଠିତ


ବଲାଙ୍ଗିର, ୫ ସେପ୍ଟେମ୍ବର (ହି.ସ.)- ଶୁକ୍ରବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଯାଇଛି l ଆଜିକାର ଉତ୍ସବରେ ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ସଭାପତିତ୍ବ କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହ।ଲିଙ୍ଗଙ୍କ ପ୍ରତିନିଧି ଶ୍ରୀ ସାହୁ, ବଲାଂଗୀର ବିଧାୟକଙ୍କ ପ୍ରତିନିଧି ଶ୍ରୀ ତ୍ରିପାଠୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଡଃ. ଜୟ ପ୍ରକାଶ ଦାସ ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରୀନା କୁମାରୀ ବେହେରା ଯୋଗଦେଇ ନିଜ ନିଜର ମତାମତ ରଖିଥିଲେ l

ଏଥିରେ ବଲାଙ୍ଗୀର ଜିଲ୍ଲାର ୨୮ ଜଣ ଉଚ୍ଚ ବିଦ୍ୟାଳୟ ଶିକ୍ଷକ/ ଶିକ୍ଷୟିତ୍ରୀ ୧୩ ଜଣ ପ୍ରାଥମିକ ଶିକ୍ଷକ/ଶିକ୍ଷୟିତ୍ରୀ ଓ ୩ ଜଣ ସି ଆର୍ ସି ସି ଜିଲ୍ଲାସ୍ତରୀୟ ପୁରସ୍କାର ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ପ୍ରବୀର କୁମାର ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ଗୁରୁ ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ। ଶ୍ରୀମତୀ ସୈରେନ୍ଦ୍ରି ପରିଡ଼ା ମଞ୍ଚ ପରିଚାଳନା କରିଥିବା ବେଳେ ନବଘନ ସାହୁ, ସରୋଜ କୁମାର ନାୟକ ଏବଂ ନରେନ୍ଦ୍ର ମିଶ୍ର ପୁରସ୍କାର ବିତରଣରେ ସାହାଯ୍ୟ କରିଥଲେ। ଉକ୍ତ ସମାରୋହରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଓ ଡି ପି ସି କାର୍ଯ୍ୟାଳୟର ସମସ୍ତ କାର୍ଯ୍ୟକର୍ତ୍ତା, ଜିଲ୍ଲା କ୍ରିଡ଼ା ଶିକ୍ଷା ଅଧିକାରୀ ଶ୍ରୀ ପାତ୍ର ତଥା ସମସ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande