ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ
କେନ୍ଦୁଝର, ୫ ସେପ୍ଟେମ୍ବର (ହି.ସ.)- ଜିଲ୍ଲାର ସୁନାମଧନ୍ୟ ଶିକ୍ଷା ଅନୁଷ୍ଠାନ ପିଏମଶ୍ରୀ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍
ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ


କେନ୍ଦୁଝର, ୫ ସେପ୍ଟେମ୍ବର (ହି.ସ.)- ଜିଲ୍ଲାର ସୁନାମଧନ୍ୟ ଶିକ୍ଷା ଅନୁଷ୍ଠାନ ପିଏମଶ୍ରୀ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ଅନନ୍ତ ଚରଣ ନାଏକଯୋଗ ଦେଇ ଶିକ୍ଷକ ମାନଙ୍କ ଅବଦାନ ଦେଶ ଗଠନରେ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହତ୍ତ୍ଵପୂର୍ଣ୍ଣ ଭୂମିକା ରହିଛି ବୋଲି ଅଭିଭାଷଣ ରଖିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ତେଲକୋଇ ବିଧାୟକ ଡ଼ା. ଫକୀର ମୋହନ ନାଏକ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ବହୁ ପୁରାତନ କାଳରୁ ଆଜି ଯାଏଁ ରହି ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଧାୟକ ଆନନ୍ଦପୁର ଅଭିମନ୍ୟୁ ସେଠୀ ଗୁରୁଙ୍କ ତ୍ୟାଗ, ନିଷ୍ଠା ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅଧ୍ୟକ୍ଷା କଲ୍ୟାଣୀ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖିବାକୁ ପରାମର୍ଶ ଦେଇଥିଲେ। ନିମନ୍ତ୍ରିତ ଅତିଥି ଭାବେ ଧରଣୀଧର ବିଶ୍ବ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଲ ଏବଂ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ପରିଡ଼ା ଯୋଗ ଦେଇଥିଲେ।

ପ୍ରାରମ୍ଭରେ ଅତିଥି ବୃନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ କରି ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସମାରୋହର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ଶିକ୍ଷା ପରିଦର୍ଶକ ତଥା ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ନୋଡାଲ ଅଫିସର୍ ପରମେଶ୍ବର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉଦଘୋଷିକା ସମୟଶ୍ରୀ ଚାଟାର୍ଜୀ ମଞ୍ଚ ପରିଚାଳନା କରିଥିଲେ। ପିଏମଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଜିଲ୍ଲା ସ୍ତରୀୟ ମାଧ୍ୟମିକ ଶିକ୍ଷକ ଓଡ଼ିଆ ବିଷୟ ବର୍ଗରେ ତୃପ୍ତିମୟୀ ରାଉତ, ବିଜୟ କୁମାର ସାହୁ, ସୁବିତ୍ କୁମାର ମଲ୍ଲିକ, ପ୍ରଜ୍ଞା ପରମିତା ବାରିକ, ଅମରେଶ ଚନ୍ଦ୍ର ସେଠୀ, ଇଂରାଜୀ ଭାଷା ବର୍ଗରେ ମୌସୁମୀ ରାଉତ, ରାଧାରାଣୀ ରାମ, ପୁଷ୍ପଲତା ପଣ୍ଡା, ଅନିରୁଦ୍ଧ ସେଠୀ, ହରେକୃଷ୍ଣ ଜେନା, ତୃତୀୟ ଭାଷା ବର୍ଗରେ ସୁକନ୍ୟା ଲୋପାମୁଦ୍ରା ପହି, ସୁଲୋଚନା ନାଏକ, ଜ୍ୟୋତିର୍ମୟୀ ଖଣ୍ଡାଇ, ଅଚିନ୍ତ୍ୟ କୁମାର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଗଣିତ ବିଷୟରେ ପ୍ରୀତି ସମ୍ପର୍ଣ୍ଣା ସାହୁ, ମାନସ କୁମାର ତରେଇ, ସଂଜନ କୁମାର ମହାନ୍ତି, ପୁଷ୍ପାଞ୍ଜଳି ପତି, ସିଦ୍ଧାର୍ଥ ଶଙ୍କର ସାହୁ, ସାଧାରଣ ବିଜ୍ଞାନ ବିଷୟରେ ତାପସ କୁମାର ମଣ୍ଡଳ, ବିରଞ୍ଚି ନାରାୟଣ ମହାରଣା, ରଘୁନାଥ ସାହୁ, ଶ୍ରଦ୍ଧାଞ୍ଜଳି ମିଶ୍ର, ସୌମ୍ୟ ପ୍ରକାଶ ସାହୁ, ସାମାଜିକ ବିଜ୍ଞାନ ବିଷୟରେ ଅନିତା ସାହୁ, ତୁଳସୀ ସାହୁ, ମୋତିଲାଲ ମହାନ୍ତ, ଚଗଲା ସାହୁ, ରୋହିଦାସ ମାଝୀ, ଶାରୀରିକ ଶିକ୍ଷା ଶିକ୍ଷକ ବର୍ଗରେ ପ୍ରକାଶ କୁମାର ବେଜ୍, ବାସୁଦେବ ପ୍ରଧାନ, ଅଭିମନ୍ୟୁ ନାୟକ, କ୍ଷେତ୍ରମୋହନ ନାୟକ, ସୌମ୍ୟରଂଜନ ସାହୁ, ପ୍ରାଥମିକ ଶିକ୍ଷକ ବର୍ଗରେ ଅଜ୍ଞାନ କୁମାର ରାଉତ, ମଦନ ମୋହନ ସେଠୀ, ଅମିତ କୁମାର ଖଣ୍ଡା, ସ୍ଵପ୍ନାମୟୀ ସାହାଣୀ, ବିଜୟ କୁମାର ବେହେରା, ସତ୍ୟସୁନ୍ଦର ପରିଡ଼ା, ଚନ୍ଦ୍ରକଳା ସାହୁ, ସରୋଜ କୁମାର ଗାହାଣ, ବିଜୟ କୁମାର ମିଶ୍ର, ତିଳୋତ୍ତମା ବେହେରା, କ୍ଷୀରୋଦିନୀ ମହାନ୍ତ, ମନୋଜ କୁମାର ସାହୁ ଏବଂ ସିଆରସିସି ବର୍ଗରେ ଯୁଧିଷ୍ଠିର ମହାନ୍ତ, ବିଜୟଲକ୍ଷ୍ମୀ ମହାକୁଡ଼, ପ୍ରସନ୍ନ କୁମାର ସା ଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା, ସତ୍ୟନାରାୟଣ ମହାନ୍ତ, ରୁଦ୍ର ନାରାୟଣ ସାମଲ, ସଦର ବ୍ଲକ ଶିକ୍ଷା ଅଧିକାରୀ ଓଁକାର ଅନ୍ଵେଷ, ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ଘଷିପୁରା ବ୍ଲକ ଶିକ୍ଷା ଅଧିକାରୀ ସତ୍ୟ ସୁମନ ପଣ୍ଡା, ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀ ଦାଶରଥି ସୁଧି, ଏନ୍.ଏସ୍.ପୋଲିସ ହାଇସ୍କୁଲର ପ୍ରଧାନ ଶିକ୍ଷକ ବେଳା ରାଉତ, ଏନ୍.ସି.ସି. ଶିକ୍ଷକ ବିଜୟ କୁମାର ବେହେରା, ଲଳିତ ବାରିକ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande