ମହମ୍ମଦଙ୍କ ଜୟନ୍ତୀ ଅବସରରେ ଶୋଭାଯାତ୍ରା
ଧର୍ମଶାଳା,୫ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଇସଲାମ ଧର୍ମର ପେଗମ୍ବର ବା ଅଲ୍ଲାଙ୍କ ଦୂତ ହୁଜୁର ମହମ୍ମଦଙ୍କ ଜନ୍ମ ଜୟନ୍ତୀଙ୍କୁ ମୁସଲମାନ ଭାଇମାନେ ବହୁ ଶ୍ରଦ୍ଧାର ସହ ପାଳନ କରିଥାନ୍ତି ।
ଡିପି ଏକାଡେମୀର ୨୫ ଖେଳାଳୀ ହେଲେ ଚମ୍ପିଆନ


ଧର୍ମଶାଳା,୫ ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକର ବିଭିନ୍ନ ସ୍ଥାନରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତ୍ରୀ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଇସଲାମ ଧର୍ମର ପେଗମ୍ବର ବା ଅଲ୍ଲାଙ୍କ ଦୂତ ହୁଜୁର ମହମ୍ମଦଙ୍କ ଜନ୍ମ ଜୟନ୍ତୀଙ୍କୁ ମୁସଲମାନ ଭାଇମାନେ ବହୁ ଶ୍ରଦ୍ଧାର ସହ ପାଳନ କରିଥାନ୍ତି । ଏହି ଅବସରରେ ଆଜି ଚହଟା ମୁସଲିମସାହିସ୍ଥିତ ସାହାସାହାବ ବାବାଙ୍କ ପୀଠରୁ ସୁସଜିତ ଢାଂଚା ସହିତ ଲୋକମାନେ ଶୋଭାଯାତ୍ରାରେ ସାମିଲ ହୋଇ ଧର୍ମଶାଳା ବଜାର ଦେଇ ଚୋରମୁହାଁସ୍ଥିତ ମଜାର ପଡିଆକୁ ଆସିଥିଲେ । ସେଠାରେ ସିରିଣି କରିବା ସହ ଚାଦର ଚଡାଇ ଫେରିଥିଲେ । ଚହଟା ଗ୍ରାମର ମହମ୍ମଦ ମହସିନ ରାଜା, ସମସୁଦ୍ଦିନ ଖାଁ ଓ ଅବଦୁଲ ଦୟାନ ପ୍ରମୁଖଙ୍କ ତତ୍ୱାଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚହଟା ମୁସଲିମ ସାହିର ବହୁ ସଂଖ୍ୟକ ଯୁବକ, ବୟସ୍କ ଓ ପିଲାମାନେ ଶୋଭାଯାତ୍ରାରେ ଯୋଗଦେବା ସହ ବିଭିନ୍ନ ନାରାବାଜି ଓ ନାଥେ କଲାମ ପଡି ଥିଲେ । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଅନୁପସ୍ଥିତିରେ ସମିତିସଭ୍ୟା ସୁଚିସ୍ମିତା ନାୟକ,ବିଜେପି କର୍ମୀ ରାଜେଶ କୁମାର ପାଳ, ଜଗଦୀସ ମହାନ୍ତି, ଶରତ ଓଝା ଓ ଗୋପିନାଥ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁସଲମାନ ଭାଇମାନଙ୍କୁ ଶୁଭେଛା ଜଣାଇଥିଲେ । ସେହିପରି ଧର୍ମଶାଳା, ଚୋରମୁହାଁ,ନେଉଳପୁର ଆଦି ମୁସଲିମ ବସ୍ତିରେ ଏହି ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande