ଏକ ପେଡ ମା କି ନାମ୍ କାର୍ଯ୍ଯକ୍ରମର ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଜିଲ୍ଲାରେ ରୋପଣ ହେବ ୯୪ ହଜାର ୫୦୦ ଗଛ
ସୁବର୍ଣ୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ଠାରେ “ ଏକ୍ ପେଡ୍ ମା କେ ନାମ ପର ” ଗଛ ବିତରଣ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ କୁ ସଫଳ କରାଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବାକୁ
ଏକ ପେଡ ମା କି ନାମ୍ କାର୍ଯ୍ଯକ୍ରମକୁ ଶୁଭାରମ୍ଭ କଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଜିଲ୍ଲାରେ ରୋପଣ ହେବ ୯୪ ହଜାର ୫୦୦ ଗଛ


ସୁବର୍ଣ୍ଣପୁର, ୫ ସେପ୍ଟେମ୍ବର (ହି.ସ.)- ସୁବର୍ଣ୍ଣପୁର ଠାରେ “ ଏକ୍ ପେଡ୍ ମା କେ ନାମ ପର ” ଗଛ ବିତରଣ କାର୍ଯ୍ୟକ୍ରମକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡଃ ନୃପରାଜ ସାହୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିବା ବେଳେ ଚାରା ବଣ୍ଟନ କାର୍ଯ୍ୟକ୍ରମ କୁ ସଫଳ କରାଇ ପରିବେଶ ସୁରକ୍ଷା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ କରିଥିଲେ l

ସବୁ ପଞ୍ଚାୟତକୁ ଗଛ ପଠାଇଲେ ଜିଲ୍ଲାପାଳ l ଜିଲ୍ଲାପାଳଙ୍କ ସରକାରୀ ବାସଭବନ ସମ୍ମୁଖରେ ଆୟୋଜନ ହୋଇ ଥିବା ଏହି କାର୍ଯ୍ୟକମକୁ ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ମଦନ ଲାଲ୍ ଶର୍ମା ସଂଯୋଜନା କରିଥିଲେ l ଫରେଷ୍ଟର ଭକ୍ତ ବନ୍ଧୁ ମିଶ୍ର ଙ୍କ ସମେତ ବନ ବିଭାଗ ର ସମସ୍ତ ଅଧିକାରୀ ଏଥିରେ ସହଯୋଗ କରିଥିଲେ । ଆଜି ଦୁଇଟା ଗାଡ଼ିରେ ଜିଲ୍ଲାର ବିଭିନ୍ନ ପଞ୍ଚାୟତକୁ ଗଛ ଗଛ ବିତରଣ ପାଇଁ ପଠାଯାଇଥିବା ବେଳେ ଆସନ୍ତା ସେପ୍ଟେମ୍ବର ମାସ ୧୭ ତାରିଖରେ ସାରା ଜିଲ୍ଲାରେ ଦିନକିଆ ବନୀକରଣ କାର୍ଯ୍ୟକ୍ରମ ହେବ । ଜିଲ୍ଲାର ୧୦୯ ଗୋଟି ସବୁ ପଞ୍ଚାୟତରେ ୫୦୦ ଟା ଲେଖାଏଁ ୫୪ ହଜାର ୫୦୦ ଗୋଟି ଗଛ ବିତରଣ ସହ ବନ ବିଭାଗ ରୁ ୪୦ ହଜାର ଗଛ ସର୍ବମୋଟ ୯୪, ହଜାର ୫୦୦ ଗୋଟି ଗଛ ସାରା ଜିଲ୍ଲାରେ ଏହି ଯୋଜନାରେ ବୃକ୍ଷ ରୋପଣ ହେବ ବୋଲି ଡି ଏଫ୍ ଓ ଶ୍ରୀ ଶର୍ମାଙ୍କ ଠାରୁ ସୂଚନା ମିଳିଛି । ପ୍ରତି ପଞ୍ଚାୟତକୁ ଶ୍ରୀ ଶର୍ମା ପରିଦର୍ଶନ କରି ଏହାର ତଦାରଖ କରିବେ ଓ ଜିଲ୍ଲାପାଳ ଡଃ ସାହୁ ମଧ୍ୟ ବିଭିନ୍ନ ଅଞ୍ଚଳକୁ ଅଚାନକ ପରିଦର୍ଶନ କରି ଯୋଜନାର ତଦାରଖ କରିବେ ବୋଲି ସୂଚନା ମିଳିଛି l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande